ମୁଁ ବଡଲୋକ (୧)
ମୁଁ ବଡଲୋକ (୧)
ହର୍ମ୍ୟ ଅଟ୍ଟାଳିକା ବାତାୟନ କକ୍ଷ
ସୁବାସ ବିଦେଶୀ ଅତର
ଗୃହ ସ୍ଵାମୀ ଙ୍କର ପୁରା ପ୍ୟାଣ୍ଟ୍ ସାର୍ଟ
ସେ ତାଙ୍କ ଗାଡି ଡ୍ରାଇଭର ।।
ଗୃହ ଲକ୍ଷ୍ମୀ ହାପ୍ ପ୍ୟାଣ୍ଟ୍ ବାନିଆନ
କୁକୁରର ଚେନ୍ ହାତରେ
ଗାଡି ପଛେ ବସେ କୁକୁର ଆନନ୍ଦେ
ମାଡାମ୍ ବସନ୍ତି ଆଗରେ ।।
ଏମିତି ସୌଖିନ ବିଳାସେ କଟାନ୍ତି
ଯେଉଁ ଲୋକ ତାଙ୍କ ଜୀବନ,
ହୋଇଥିବେ ଅବା ବଡ ଲୋକି କଥା
ସେକଥା କହିବା ଗହନ ।।
ସମାଜେ ସଂସ୍କୃତି ହଜିତ ଗଲାଣି
ସମାଜୀକ ଚିତ୍ର ମଳିନ
ସମ୍ଭ୍ରମତା ଭୁଲି ଗଲାଣି ସମାଜ
ଅସନ୍ତୁଳିତ ଏ ଜୀବନ ।।
ବିଦ୍ୱାନ ସମାଜେ ବିନୟୀ ସ୍ୱଭାବ
“ଐଶ୍ୱରୀୟ ଶକ୍ତି ସମ୍ପର୍ନ୍ନ-
ପଣ” ଛାଡି ବିଦ୍ୟା ଦୁରୂପ ଯୋଗରେ
ଜାତି ହୁଅଇ ହୀନିମାନ ।।
ଆମ ପରମ୍ପରା ଆମର ସଂସ୍କୃତି
ଲୋପ କରିବାର ଚକ୍ରାନ୍ତ
ଚାଲିଛି ନବୁଝି ଆମେ ଆଜି ତାଙ୍କ
ଫାଶେ ପଡି ହେଲୁ ବିଭ୍ରାନ୍ତ ।।
କ୍ଷୀର ମାଂସ ଖାଏ କୁକୁର ଯାହାର
କୁକୁର ପାଇଁକି ଡାକ୍ତର
ବାପ ମାଆ ପଛେ ଉପାସ ଥାଆନ୍ତୁ
ରୋଗରେ ହୁଅନ୍ତୁ ଅସ୍ଥିର ।।
ଏମିତିକା ଆମ ଜାତୀୟ ଚରିତ୍ର
ସବୁତ ଯାଉଛି ବଦଳି
ବଡ ଘର ବଡ ଗୁମର କଥା ଲୋ
ଘୋର କଳିକାଳ ଏପରି ।।
