ମୁକ୍ତ ଆକାଶର ବିହଙ୍ଗ
ମୁକ୍ତ ଆକାଶର ବିହଙ୍ଗ
ମୁକ୍ତ ଆକାଶର ପକ୍ଷୀମାନେ
ଉଡି ବୁଲୁ ଥାଆନ୍ତି,
ଯେତେବେଳେ ଯେଉଁଠାରେ ଇଚ୍ଛା
ଝାଡା ଫେରି ଦିଅନ୍ତି l
ସେହି ବିହଙ୍ଗମାନଙ୍କ ମଳ
ଅତ୍ୟନ୍ତ ମୂଲ୍ୟବାନ,
ତାହାରି ବିହୁନେ ଆମେ ସବୁ
ହରାଇବ ଜୀବନ l
ସେହି ଚଢେଇମାନଙ୍କ ମଳ
ପାନ ଆମେ କରୁଛୁ,
ଶସ୍ୟ କ୍ଷେତ୍ରରେ ତାକୁ ଲଗାଇ
ନାନା ଶସ୍ୟ ପାଉଛୁ l
ତାହାରି ବିନା ଏ ଭୁମଣ୍ଡଳ
ଟାଙ୍ଗରା ଭୁଇଁ ହୁଏ,
ଚାରିଆଡେ ଯେ ଦୁର୍ଭିକ୍ଷ ଆଉ
ମରୁଡି ଦେଖାଯାଏ l
ଏ ଦଶବାସୀ ଖାଦ୍ୟ ଅଭାବେ
ହାହାକାର ହୁଅନ୍ତି,
ଇନ୍ଦ୍ର ଦେବତାଙ୍କୁ ବିନା ଦୋଷେ
ସର୍ବେ ଗଳିଦିଅନ୍ତି l
ଏଇ ପକ୍ଷୀମାନେ ସବୁବେଳେ
ଆକାଶରେ ଉଡ଼ନ୍ତି,
କ୍ଷଣିକ ଭିତରେ ଚାରିଆଡେ
କାୟା ବିସ୍ତାର କରନ୍ତି l
ଭୀଷଣ ଗର୍ଜନରେ ରାବି
ମଳତ୍ୟାଗ କରନ୍ତି,
ସେହି ମଳକୁ ପାଇବା ପାଇଁ
ସର୍ବେ ଚାହିଁଥାନ୍ତି l
ସେହି ମଳକୁ ପାଇ
ସଭିଏଁ ଆନନ୍ଦିତ ହୁଅନ୍ତି,
ସର୍ବେ ପକ୍ଷୀକୁ ସ୍ବାଗତଂ କରି
ଖୁସିରେ ନାଚି ଉଠନ୍ତି l
ଗ୍ରୀଷ୍ମଋତୁର ରୌଦ୍ର ତାପରେ
ଯେଉଁମାନେ ପୀଡିତ,
ପକ୍ଷୀର ମଳକୁ ପାନ କରି
ହୁଅନ୍ତି ଆନନ୍ଦିତ l
ଗ୍ରୀଷ୍ମଋତୁରେ ରବିଙ୍କ କର
ହୁଏ ଅତି ପ୍ରଖର,
ଛଟପଟ ହୋଇ ଡାକୁଥାନ୍ତି
ପକ୍ଷୀ ତୁ ରକ୍ଷାକର l
ଆଷାଢ଼ ଶ୍ରାବଣ ଓ ଭାଦ୍ରଵ
ଏହି ସବୁ ମାସରେ,
ବିଶ୍ୱରୂପ ସେ ଧାରଣ କରି
ମାଡିଆସେ ଜୋରରେ l
କଳା ବିହଙ୍ଗ ଆସିଲେ ଧରା
ହୁଅଇ ପ୍ରକମ୍ପିତ,
ବିଜୁଳି ଘଡ଼ଘଡି ଶବ୍ଦରେ
ହୁଅନ୍ତି ଭୟଭୀତ l
କଳା ଚଢେଇକୁ ଦେଖି ପିକ
ଖୁସିରେ ନାଚ କରେ ,
ସେହି ନୃତ୍ୟକୁ ଯିଏ ଦେଖିଛି
ତାହାର ମନୋହରେ l
ଧରଣୀ ରାଣୀର ଶୋଭା ଦିଶେ
ଅତି ଚିତାକର୍ଷଣ,
ଶ୍ୟାମଳ ବସ୍ତ୍ର ପିନ୍ଧି କରି
କରଇ ଆଗମନ l
ପକ୍ଷୀର ମଳ ଅଧିକ ହେଲେ
ପ୍ଲାବନ ସୃଷ୍ଟି ହୁଏ,
ଗାଁ ଗଣ୍ଡା ଓ ଗାଈ ଗୋରୁମାନେ
ମଳରେ ଭାସିଯାଏ l
ଏହି କାରୁଣ୍ୟ ଦୃଶ୍ୟ ଦେଖିଲେ
ଶିଳା ତରଳି ଯାଏ,
ଚାରିଆଡେ ଆର୍ତ୍ତ ଚିକ୍ତାରରେ
ହୃଦ ବିଦାରି ହୁଏ l
ତପନ ବାରିକୁ ବାଷ୍ପକରି
ମେଘ ସୃଷ୍ଟି କରନ୍ତି,
ଧରା ପୃଷ୍ଠରେ ପତିତ ହେଲେ
ବର୍ଷା ବୋଲି କହନ୍ତି l
ପ୍ରଥମେ ଆକାଶେ ସୃଷ୍ଟି ହୁଏ
ଖଣ୍ଡ ଖଣ୍ଡ ଜଳଦ,
ଭୀଷଣ ରୂପେ ବରଷୁଥାଏ
କରି ଧରାରେ ନିନାଦ l
ରବିଙ୍କ ଦ୍ୱାରା ଏହି ଜିମୂତ
ସୃଷ୍ଟି ହୁଏ ବାଷ୍ପରେ,
ସବୁବେଳେ ସେ ଗଗନେ ଥାଏ
ଆସିଲେ ବର୍ଷା ଋତୁରେ l
ସବୁ ପ୍ରାଣୀ ଉଦ୍ଭିଦମାନଙ୍କର
ଅଟେ ମଙ୍ଗଳକାରୀ,
ସମସ୍ତଙ୍କର ଦୁଃଖକୁ ସିଏ
ଦେଉଛି ଦୂର କରି l