STORYMIRROR

BULU BEHERA

Fantasy Inspirational Children

4  

BULU BEHERA

Fantasy Inspirational Children

ବନ୍ଦେ ଉତ୍କଳ ଜନନୀ

ବନ୍ଦେ ଉତ୍କଳ ଜନନୀ

1 min
396

ଜନନୀ ...... ଜନନୀ.... ଜନନୀ

ବନ୍ଦେ ଉତ୍କଳ ଜନନୀ,

ପୁଣ୍ୟତୋୟା ତୁ ପୁଣ୍ୟାମୟୀ

ମାତା ବୀର ପ୍ରସବିନୀ l


ଯୁଗେ ଯୁଗେ ତୋର କୀରତି,

ରହିଛି ହୋଇ ସାଇତି,

ଗାଉଛି ଏ ମାଟି ଗାଇବ

ମନେପକାଇ ତୋ ଗୀତି l

ମନୁ କେବେ ଭୁଲି ଯିବନି


ଯେତେ ସ୍ୱାଧୀନତା ସଂଗ୍ରାମୀ

ତୋ କୋଳେ ଛନ୍ତି ଜନମି,

ଗୋରା ସହ କରି ବିଦ୍ରୋହ

ହେଲେ ସବୁ ମୁକ୍ତିକାମୀ l

ଧରି ସଇନ ବାହିନୀ



ଯେତେ ଅଛନ୍ତି କବିକୂଳ

ଲେଖିଛନ୍ତି  ଗ୍ରନ୍ଥ ମାଳ,

ଅମୁଲ୍ୟ ସମ୍ପଦ ସେ ତୋର

ସେ ଯୋଗୁଁ ତୁ ସମୃଦ୍ଧଶୀଳ ଳ

ତୋ ସାଥେ କେ ସରିହେବନି ।


ଆଦ୍ୟରୁ ଅନ୍ତ ତୋର ଗୀତି,

ପଢି ଆମେ ଗାଉଛୁ  ନିତି  

ହେବୁ ସୁଯୋଗ୍ୟ ସନ୍ତାନ

କରୁଛୁ ପାଦେ  ପ୍ରଣତି  

ତା ପାଦ ଧୂଳିକୁ ଘେନି |





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy