Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BULU BEHERA

Inspirational

3  

BULU BEHERA

Inspirational

ରଖିବା ଆସ ଓଡ଼ିଶାର ସୁନାମ

ରଖିବା ଆସ ଓଡ଼ିଶାର ସୁନାମ

1 min
197


ଯେଉଁ ରାଇଜେ ବାସ ଆମରି

ଯାହାର କୋଳେ ଜନମ 

ଗାଇବା ନିତି ତା ଜୟ ଗୀତି

ଓଡିଶା ତାହାର ନାମ l

ଆମେ ରଖିବା ତାର ସୁନାମ

ରଖିବା ତାର ସୁନାମ | |(1)


ଜାତିରେ ଆମେ ଅଟୁ ଓଡ଼ିଆ 

ଓଡ଼ିଆ ଆମର ଭାଷା 

ଓଡିଶା ପ୍ରତି ରଖିଲେ ପ୍ରୀତି

ହେଵା ନାହିଁ ଲୋକ ହସା |

ତନ୍ଦ୍ରାକୁ ତେଜି ସୁକର୍ମ ରାଜି

କରିବା ଆମ ଧରମ ||

ଆମେ ରଖିବା  ତାର ସୁନାମ

ରଖିବା ତାର ସୁନାମ | ||(2)


ଓଡିଶା ପାଇଁ କେତେ ସଂଗ୍ରାମୀ

ଖଟାଇ ବୁଦ୍ଧି କୌଶଳ 

ସ୍ୱତନ୍ତ୍ର ରାଜ୍ୟ ଗଠନ ପାଇଁ

ଲଢ଼ିଲେ ପିଇ ଗରଳ ll

ଓଡ଼ିଆ ପୁଅ ମଧୁସୂଦନ

କରିଥଲେ ଯେ ସଂଗ୍ରାମ |

ଆମେ...................|(3)


ଖୁରୁଧା ଗଡ଼ ପାଇକମାନେ

ଇଂରେଜୀମାନଙ୍କ ସହ 

ଜୀବନ ଦେଇ ଓଡିଶା ପାଇଁ

କରିଲେ ସବୁ ବିଦ୍ରୋହ ଳ

ତାଙ୍କ ଶୋଣିତେ ଓଡିଶା ମାଟି

ଦିଶୁଛି ଆଜି ରକ୍ତିମ 

ଆମେ...............................| (4)


ଓଡ଼ିଆ ପୁଅ ବାଜି ରାଉତ

ରଖିଗଲା ନିଜ ମାନ

ବଢ଼େଇ କୂଳ ଟେକ ରଖିଲ|

ଧାରମା ଦେଇ ଜୀବନ (5)


ତାଙ୍କ ପରି ଯେ ହୋଇବ ନାହିଁ

ନ ଥିବ ଲାଜ ସରମ |

ଆମେ..... ରଖିବା ତାର ସୁନାମ l



Rate this content
Log in

Similar oriya poem from Inspirational