Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BULU BEHERA

Fantasy Inspirational Children

4  

BULU BEHERA

Fantasy Inspirational Children

ପ୍ରଖ୍ୟାତ ଚୋର

ପ୍ରଖ୍ୟାତ ଚୋର

1 min
235


ଚୋର  ଭିତରେ  ପ୍ରଖ୍ୟାତ ଚୋର

   

         ଅଛି  ସମଗ୍ର  ଦେଶରେ,


ଚୋରି  କରି  ସେ ପେଟ  ପୋଷଇ


          ତୁମର  ଆଖି  ଆଗରେ  l(1)


ଯେତେ ବିରାଟ ସାମଗ୍ରୀ ହେଉ


         ତାକୁ ସେ ଚୋରି  କରଇ,


ପ୍ରଥମେ  ଖାଏ  ତାପରେ  ନିଏ


         ଗୃହେ  ସାଇତିବା  ପାଇଁ l(2)


ଗୋରା ବେପାରୀ  ପରି  ଏ  ଚୋର


         ଜିନିଷ  କରେ  ହରଣ 


ଯାଦୁଗରର ଯାଦୁ  ପରି  ସେ


         ଚକ୍ଷୁକୁ  କରେ  ବନ୍ଧନ  l(3)



ସବୁ  ଦେଖିବ  ନିର୍ବାକ  ପରି


         ପାଟି  ଜମା  ନ  ଫିଟିବ,


ସବୁ  ଜିନିଷ ତୁମ  ଗୃହରୁ


        ବୋହି ନେଇ  ଚାଲିଯିବ |(4)



ହାତରେ  ତାର  ଚୋରଙ୍କ  ପରି


        ଆଣି  ନ ଥାଏ  ସେ  ଅସ୍ତ୍ର,


ଅର୍ଥ ଲୋଭରେ  କାହାରିକୁ ସେ


        କରି  ନ ଥାଏ ନିବସ୍ତ୍ର  l(5)



କାହାର କ୍ଷତି  ସିଏ ନ କରି


        କେବଳ  ଚୋରି  କରଇ,


ଗୁଣ୍ଡାଙ୍କ ପରି  ଗୁଣ୍ଡାମି  ସିଏ

      

       କାହାକୁ  ଡରାଏ  ନାହିଁ l(6)



ତସ୍କରମାନେ  ରାତି  ଆସିଲେ


        ଜାଗ୍ରତ ହୋଇ  ଉଠନ୍ତି,


ଡକାୟତୀକୁ  ଭୟ  ନ କରି


       ଦିନ ରାତି  ବୁଲୁଥାନ୍ତି l7)



କେଉଁଠି କେଉଁ ଜିନିଷ ଅଛି


        କୁକୁରମାନଙ୍କ  ପରି,


ଶୁଙ୍ଘି ଶୁଙ୍ଘି  କମ  ସମୟରେ


        ପାରନ୍ତି ସେ କାବୁ କରି  l8l



ଆଘ୍ରାଣ କରି କାବୁ କରଇ 


        ଯେତେକ ଦ୍ରବ୍ୟଗୁଡିକ,


ଶୁଙ୍ଘିବାରେ ତ ପାରଦର୍ଶିତା


        ଲାଭ କରିଛି ତା ନାକ l9l



ଯେତେ  ମହଲା କୋଠାକୁ ମଧ୍ୟ


         ଗୋଧି  ଚଢିଗଲା  ପରି,


 ସଦଳ ବଳରେ ଚଢି ଯାଆନ୍ତି


         ଦ୍ରବ୍ୟ କରିବାକୁ  ଚୋରି  l10l



ଲକ୍ଷ୍ମଣ ରେଖା ପରି ସେ ଧାଡି


        ଦେଖିଲେ ଲାଗେ ସୁନ୍ଦର,


ଦାଣ୍ଡନାଚର ଦଣ୍ଡୁଆ ପରି


         ଗତି କରନ୍ତି  ପ୍ରଖର   l 11l



ଚୋରମାନେ  ଯା' ଘରେ  ପଶନ୍ତି


          ସର୍ବେ ଏକଜୁଟ ହୋଇ,


କୁଲି ଜିନିଷ ବୋହିଲା ପରି


          ନିଅନ୍ତି ଘରକୁ ବୋହି  l12l



ରେଳ ଲାଇନ ପରି ସେ ଧାଡି


            ବହୁ ସେ ଲମ୍ବିଥାଏ ,


ରେଳର ଗତି ପରି ସେମାନେ

   

           ଗୃହ ଅଭିମୁଖେ ଧାଏଁ  l13l


ଗୃହ ତାଙ୍କର ଅତି ସୁନ୍ଦର 


         ଚମ୍ବଲ ଉପତ୍ୟକା ପରି,


ଗଭୀର ଗାଢ଼ ସୁଡଙ୍ଗ ଦ୍ୱାରା


        ଦିଶେ ଅନ୍ଧକାର ଭାରି   l 14l


ଯେଉଁ ତସ୍କର ପୋଲିସଙ୍କର


         ନାଁ ଶୁଣି ଭୟ କରନ୍ତି ,


ଏ ଚୋର ମାନଙ୍କୁ ପୋଲିସ ମାନେ


        ଦେଖିଲେ ଡରିଥାନ୍ତି   l 15l


ଏ ଚୋରକୁ ରଖିବା ପାଇଁ


           ଯେଉଁ ଲୋକ,


ବା ପୋଲିସ ଧରେ


        ସମସ୍ତଙ୍କୁ ସେ ଚୋବାଏ   l 16l


ଭୟରେ କେହି ତାହାର ପାଖ


              ଜମା ମାଡ଼ିନଥାନ୍ତି,


ସମସ୍ତଙ୍କୁ ସେ ଚୋବାଇ ଥାଏ


           ନାମ ତାର କିଏ ଜାଣନ୍ତି  l 17l


ସବୁ ଦୋକାନୀ ସବୁରି ଘରେ


             ଅଡ୍ଡା ଜମାଇ ରହନ୍ତି,


ଯେତେ ଜିନିଷ ସବୁ ଚୋରାଇ


          ଛଡ଼ାଇଲେ ଚୋବାଇଥାନ୍ତି  l 18l


ଆମର ଖାଇ ଚୋବାଇଥାଏ


           ଭାରି ସାହସ ତାର,


ଫୁଙ୍କିଦେଲେ ସେ ଯିବରେ ଉଡି


          ଦେଖାଏ ଭାରି ମଦାର l 19l


ଶୟନ ବେଳେ ତୁମ କାନରେ


          ଧୀରେ ଧୀରେ ପଶିଯାଇ,


ଟାଣି ଟାଣି ସେ ବାହାର କରେ


         ତୁମ କର୍ଣ୍ଣରୁ କାଡିଥାଏ ଗଇ  l20l


ସେହି ସମୟେ ତୁମ କାନକୁ


         କେମିତି ମଜା ଲାଗଇ,


ଗର୍ଜନ କରି ପାଣି ଆଣରେ


        କାନ ମୋର କି ଟାଣଇ l 21l


ଯେତେ ମିଷ୍ଟାନ ଜିନିଷ ସବୁ


         ପ୍ରଥମେ ସେ ଭୁଞ୍ଜିଥାଏ,


ତା ପରେ ଯେତେ ପ୍ରାଣୀ ଜଗତ


         ତାର ଅଇଁଠାକୁ ଖାଏ  l22l


ଛୋଟିଆ ଯିବ ଅଟଇ ସେ


         ସନ୍ଧିପଦରେ ସେ ଭୁକ୍ତ,


ନର ରକତ ପରି ତା ଦେହ


         ଯେତେ ମିଷ୍ଟାନର ଭକ୍ତ  l23l


ନାମଟି କହିଲେ ଚକିତ ହେବ


         ଅବିଶ୍ୱାସେ ଦେବ ହୁଡ଼ି,


ଛଅଟି ପାଦ ତାହାର ଅଛି


          ନାମଟି ତାହାର ପିମ୍ପୁଡି  l 24l


ଧନ୍ୟ ଜୀବନ ଧନ୍ୟ ମହାନ


          ତୋର ଏହି ସଂସାରରେ,


ଚୋର ମାନଙ୍କର ତୁ ଦେବତା


           ତୋହରି ଭକ୍ତ ଆମେରେ  l25l



Rate this content
Log in

Similar oriya poem from Fantasy