ମୋ ଉତ୍କଳ ଜନନୀ
ମୋ ଉତ୍କଳ ଜନନୀ
ଜନନୀ ମୋ ଜନନୀ
ମୋ ଉତ୍କଳ ଜନନୀ,
ତୋ କୋଳେ ଜନମିଲୁ
ଆମେ ଭାଇ ଭଗିନୀ l
ରଖିବୁ ତୋର ନାଆଁ
ସତ କହୁଛୁ ମାଆ,
ପୂଜନ କରୁଥିବୁ
ତୋ ପାଦ ଧୂଳି ଘେନି l
ବାଜି ରାଉତର କି
ବୀରତ୍ୱର କାହାଣୀ,
ଗାଉଛି ଏ ଦେଶ
ଗଇବ କେତେ ପୁଣି
ମରିଗଲା ସିନା ସେ
ଗୋରଙ୍କୁ ଡରିଲlନି ।
ସାନ ସିନା ଦାନ ତା
ଅଟଇ କି ମହାନ,
ସ୍ବର୍ଣ୍ଣlକ୍ଷରେ ଲେଖିଲା
ମନ୍ଦିର କରି ନିର୍ମାଣ
ନାମ ତାର ଧରମା
ଆମ ମଉଡମଣୀ l
ଆସ ଭାଇ ଭଗିନୀ
ପଢି ତାଙ୍କ ଜୀବନୀ,
ତାଙ୍କ ପରି ହୋଇବା
ଶୁଣିଲେ ତାଙ୍କ ବାଣୀ
ଜୀବନ ହେବ ଧନ୍ୟ
ମନେ ହୋଇଲେ ଗୁଣି ।