Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BULU BEHERA

Fantasy Inspirational Children

3  

BULU BEHERA

Fantasy Inspirational Children

ଆମେ ସବୁ ଓଡ଼ିଆ

ଆମେ ସବୁ ଓଡ଼ିଆ

1 min
170


ଆମେ ଓଡ଼ିଆ

ଭାଷା ଓଡ଼ିଆ

ଓଡିଶା ଆମ ରାଇଜ,

ହୃଦେ ସାଇତି

ତାହାରି କୀର୍ତ୍ତି

ସବୁବେଳେ ତାକୁ ଭଜ l(1)


ତାହାରି କୋଳେ

ଜନମି ଥିଲେ

କେତେ ମହାନ ପୁରୁଷ,

ଜୀବନ ଦେଇ

ଓଡିଶା ପାଇଁ

ରଖି ଯାଇଛନ୍ତି ଯଶ l(2)


ମଧୁସୂଦନ

କରି ଆପ୍ରାଣ

ସ୍ୱତନ୍ତ୍ର ରାଜ୍ୟ ଗଢିଲେ,

ଓଡିଶା ବାସୀ

ଆନନ୍ଦେ ହସି

ଓଡ଼ିଆ ଭାଷା କହିଲେ l(3)


ଇଂରେଜୀ ଭାଷା

ହେଲାନି ପେଶା

ଓଡିଶାବାସୀଙ୍କ ପାଇଁ,

ଓଡ଼ିଆ ଶିଖି

ମନରେ ରଖି

ଇଂରେଜୀ ଦେଲେ ହଟାଇ l(4)


ଓଡ଼ିଆ ହୋଇ

ଭାଷା ନ କହି

ଯେ ଓଡ଼ିଶାରେ ରହିବ,

କୁକୁର ଠାରୁ

ଅଟଇ ଭୀରୁ

ଭାଷା ଦ୍ରୋହୀ ସେ ହୋଇବ l(5)


ଏ ଭାଷା ପାଇଁ

ଫକୀର ଭାଇ

ବହୁ ଚେଷ୍ଟା କରିଥିଲେ,

ଇଂରେଜୀ ସହ

କରି ବିଦ୍ରୋହ

ଭାଷାକୁ ବଞ୍ଚାଇଥିଲେ l(6)


ତାଙ୍କରି ପାଇଁ

ଓଡିଶା ଭାଇ

ଓଡ଼ିଆ ଭାଷା ଶିଖିଲେ,

ଓଡିଶା ପାଇଁ

ଜୀବନ ଦେଇ

ଅମର ହୋଇ ରହିଲେ l(7)


ତାଙ୍କ ସଦୃଶ୍ୟ

ହେଵା ମନୁଷ୍ୟ

ଗାଇବା ତାଙ୍କରି ଗାଥା,

ଓଡ଼ିଆ ବୋଲି

ଇଂରେଜୀ ଭୁଲି

ଚାଲିବା ଟେକି ଏ  ମଥା l (8)


Rate this content
Log in

Similar oriya poem from Fantasy