ଆସିଛି ହୋଲି
ଆସିଛି ହୋଲି
ଆସ ଆଜି ସଭିଏଁ
ଧୁମଧାମରେ ଓ ମୌଜମଜଲିସରେ
ରଙ୍ଗ ଖେଳ ଖେଳିବା |
ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ
ଆମେ ଏକ ମନ
ଏକ ପ୍ରାଣ ହୋଇ
ଆନନ୍ଦ ଉଲ୍ଲାସର ସହ
ଉପଭୋଗ କରିବା l
ଆସ ଆମେ ସଭିଏଁ
ବରଷରେ ଥରୁଟିଏ ଏହି
ଖେଳ ଖେଳିବା l
ମରିଗଲେ ଆମେ ଗଲା
କିନ୍ତୁ ବଞ୍ଚିଥିଲେ ଅପେକ୍ଷା
କରିବାକୁ ପଡିବ
ଦୀର୍ଘ ଏକ ବର୍ଷ l
ଆଜି ଆମ ପାଇଁ ସତେ
କେଡେ ସୌଭାଗ୍ୟର ଦିନ
ଯେତେ ସାଙ୍ଗ ସାଥୀ ମେଳରେ
ଆମେ ରଙ୍ଗ ଖେଳ ଖେଳି
ପରସ୍ପରକୁ ରଙ୍ଗରେ ରଙ୍ଗୀନ କରିଦେବା l
ଏହି ରଙ୍ଗରେ କି ପବିତ୍ରତା
ଅଛି ସତେ ଯେପରି ଦେହରେ
ବୋଳିଲେ ଚନ୍ଦନ ପରି ଲାଗେ l
ସତ୍ୟ ଯୁଗରେ ଘଟିଥିବା
ସେହି ଅତୀତର ଘଟଣାବଳି
ଆଜି ମନେ ପକାଇ ଦେଉଛି ଯେ
ହୋଲିକା ଅସୁରୁଣୀର ନାମରେ
ନାମ ହୋଇଛି ଏହି ପର୍ବ |
ଆସ ଆମେମାନେ ସବୁ
ନାନା ପ୍ରକାର ରଙ୍ଗ ଦେହରେ
ବୋଳି ଆସ ଖେଳିବା ଆମେ
ରଙ୍ଗର ପର୍ବ ହୋଲି l