ମଥାର ସିନ୍ଦୂର
ମଥାର ସିନ୍ଦୂର
ହିନ୍ଦୁ ରମଣୀର ମଥାର ସିନ୍ଦୂର ଦିଶୁଥାଏ ଝଟ ଝଟ ସାରା ଜୀବନର ଦାମ୍ପତ୍ୟ ଜୀବନ ନ ହୁଅଇ କଟ କଟ। ଏ ସିନ୍ଦୂର ଯଦି ଆତଙ୍କ ବାଦୀ ଏ ଲିଭାଇ ଦିଅନ୍ତି ଥରେ ଜଗନ୍ନାଥ ସ୍ଵାମୀ ସର୍ବ ହରା କରି ବସାନ୍ତି ରାଜ ଦାଣ୍ଡରେ। ନାରୀ ପାଇଁ ବଡ ତା ମଥା ସିନ୍ଦୁର ନାରୀ ଧର୍ମ ନାରୀ ମାନ ଗରିବ ହେଲେହେଁ ପତି ଦେବତାର ଚରଣରେ ତାର ଧ୍ୟାନ। ନାରୀର ଇଜ୍ଜତ ନାରୀର ମହତ ଛଡ଼ାଇ ନିଅଇ ଯିଏ ପାକିସ୍ଥାନ ଭଳି ଅପଦସ୍ତ ହୁଏ ଯୁଗେ ଯୁଗେ ବାଣୀ ଟିଏ। ମଣିଷ ଜୀବନ ପାଣିର ଫୋଟକା କେତେ ବା ଆୟୁଷ ନେଇ ଧରାକୁ ମଣୁଛ ସରା ର ଜ୍ଞାନରେ କିସ ନେଇ ଯିବ ଭାଇ? ସବୁ କିଛି ଛାଡି ଅନ୍ୟର ସେବାରେ ମନ ଲଗାଇଲେ ଥରେ ଜଗନ୍ନାଥ ସ୍ଵାମୀ ସବୁ ଦେଇ ଦେବେ ନୀଚ ମଣ ଆତଙ୍କରେ।
