ମୃତ୍ୟୁ
ମୃତ୍ୟୁ
ମରଣ ବୁଝେନି ବୃଦ୍ଧ କି ବାଳୁତ ରଜା ପ୍ରଜା ରୋଗୀ ଭୋଗି
ଜନମ ଲଭିଲେ ମୃତ୍ୟୁ ସୁନିଶ୍ଚିତ ଦେବତା କି ବଇରାଗି
ଜନ୍ମ ପଛେ ପଛେ ମୃତ୍ୟୁ ଆସିଥାଏ ଅନିଶ୍ଚିତ ପ୍ରାଣୀ ଆୟୁ
ପାଣି ଫୋଟକା ୟେ ଜୀବନେ ସହସା ଉଡିଯାଏ ପ୍ରାଣ ବାୟୁ ।।
ମଣିଷ ଜନମେ ଇନ୍ତୁଡି ଜଳଇ ମଲେ ଜଳେ ଜୁଇ ନିଆଁ
ସେପାଇଁ କୁହନ୍ତି ଜଗତେ ସଭିଏଁ ମରଣଶିଳ ଦୁନିଆଁ
ନିତି ଜଳୁଥାଇ ଇନ୍ତୁଡି ର ନିଆଁ ଜୁଇ ନିଆଁ ଜଳେ ନିତି
ସଂସାର ଭିତରେ ଏଇ ଦୁଇ ନିଆଁ ଅଲିଭା ଅଖଣ୍ଡ ଜ୍ୟୋତି ।।
ମରଣ ଦେବତା ମହାକାଳ ଯମ ଚିତ୍ର ଗୁପ୍ତ ପାଞ୍ଜି ଦେଖେ
ଖେଳ ଶେଷ ହେଲେ କାଳଦୂତ ଚର୍ମ ଦଉଡି ଫାସରେ ବାନ୍ଧେ
ପଞ୍ଚଭୁତେ ଗଢା ନଶ୍ଵର ଶରୀର ସୁନା ଶୁଆ ଅଟେ ପ୍ରାଣ
ମରଣ ଲଭିଲେ ଶୁଆ ଉଡ଼ିଯାଏ ମାଟି ଘଟ ଅକାରଣ ।।
ମୃତ୍ୟୁ ଗୋଟେ ସତ୍ୟ ଅକାଟ୍ୟ ଶବଦ ଚିର ସାଥୀ ସହଚର
ମୃତ୍ୟୁ ଅର୍ନିବାର୍ଯ୍ୟ ମୃତ୍ୟୁ ପାଇଁ ମନେ ନାହିଁ ଭୟ ନାହିଁ ଡର।।