STORYMIRROR

Padmalaya Mishra

Abstract Romance Fantasy

3  

Padmalaya Mishra

Abstract Romance Fantasy

ସ୍ଵପ୍ନ ଆଉ ମୁଁ

ସ୍ଵପ୍ନ ଆଉ ମୁଁ

1 min
194


ସ୍ଵପ୍ନର ରାଇଜେ ଛୋଟ ଏକ ଘର

ସେଇ ଘରେ ଗଢିଛି ମୁଁ ପ୍ରେମର ମନ୍ଦିର

ସୁବାସିତ ଚତୁର୍ଦ୍ଦିଗ ସୁବର୍ଣ୍ଣ ସେ ମନ

ଈର୍ଷା ଦ୍ଵେଷ ସବୁକିଛି ହୋଇଛି ଦହନ ।


ମହମହ ବାସେ ତହିଁ ହୃଦୟ କୁସୁମ

ନୈବେଦ୍ୟ ଯହିଁ ଅଛି ପ୍ରେମ ଖାଲି ପ୍ରେମ

ନିରନ୍ତର ଚାଲୁଅଛି ପୂଜା ଅରଚନା

ନିତିନିତି ହେଉଅଛି ପ୍ରେମର ମାଜଣା ।


ପାର୍ବଣର ଋତୁ ଏଠି ସବୁଦିନେ ଅଛି

ପ୍ରେମ ନଈପଠାରେ କାଶତଣ୍ଡୀ ଝୁଲୁଛି

ଅନ୍ଧକାର ନାହିଁ ଜମା ନିଇତି ପୂର୍ଣ୍ଣମୀ

ଆନନ୍ଦାଶ୍ରୁ ଯାଉଛି ଓଠକୁ ଯେ ଚୁମି ।


ଅୟୂତ ବର୍ଷ ତପସ୍ୟାର ଅଟେ ଏହି ଫଳ

ସାଉଁଟି ଆଣୁଚି ନିତି ପ୍ରେମକୁ ଆଞ୍ଚଳ 

ନଭାଙ୍ଗୁ ଏ ସ୍ଵପ୍ନ ନପାହୁ ଏ ରାତି

ସୁଖରେ ପ୍ରେମରେ ଯାଉ ଜୀବନ ଯେ ବିତି ।



Rate this content
Log in

Similar oriya poem from Abstract