STORYMIRROR

ସନାତନ ଦାସ

Thriller

3  

ସନାତନ ଦାସ

Thriller

ମୃତ୍ୟୁ ଏକ ସତ୍ୟ

ମୃତ୍ୟୁ ଏକ ସତ୍ୟ

1 min
237

ମୃତ୍ୟୁ,

ଦେଖି ନାହିଁ କେବେ ମୁଁ

ଅବା ଦେଖିବାର ଇଚ୍ଛା କରିନାହିଁ,

ସେଇ ଚିରନ୍ତନ ସତ୍ୟକୁ।


କିନ୍ତୁ ଭାବୁଛି, 

ସେ ବହୁତ୍ ସୁନ୍ଦର ହୋଇଥିବ


କେଜାଣି କାହିଁକି,

ଥରେ ଯିଏ ତା ପାଖରେ ପହଞ୍ଚିଛି

ଫେରିବାର ବାଟ ଭୁଲି ଯାଇଛି।


କିଏ କହେ ମିଳେ ସେଠି

ସ୍ଵର୍ଗ ସୁଖର ସ୍ଵାଦ,

କିଏ କହେ ମିଳେ ସେଠି

ନରକ ଯନ୍ତ୍ରଣାର ସ୍ପର୍ଶ


ମୃତ୍ୟୁ ପରର ନାଟକ,

ଲେଖକର କଲମ ମୁନରେ

ଶରୀର ତ୍ୟାଗ ଅବା ପଞ୍ଚଭୁତରେ

ଗୋଟି ଗୋଟି ହୋଇ ମିଶିଯିବା ।


ମଶାଣି ଭୁଇଁ,

ଦେବତା ହେଉ ବା ମଣିଷ

ମୃତ୍ୟୁ  ପାଇଁ ଶେଷ ଶଯ୍ୟା, 

ଶେଷ ଠିକଣା ।


ସମସ୍ତଙ୍କ ଠିକଣା ହଜି ଯାଏ

ଏ ଧରା ବକ୍ଷରୁ

ମୃତ୍ୟୁ ପୂର୍ବର ନାଟକର

ଅକସ୍ମାତ୍ ପରିସମାପ୍ତି ପରେ।।


ଜଣା ନାହିଁ,

ମୃତ୍ୟୁ କେବେ, କାହାକୁ, କେଉଁଠି

ଆଲିଙ୍ଗନ କରିବ,

ଅବା କେହି ଟାଣି ହୋଇଯିବ

ଆପେ ଆପେ ଦୂର ପାହାଡ ପରି

ପୃଥିବୀର ସୁନ୍ଦର ସ୍ଥାନ ଭାବି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller