STORYMIRROR

Aishwarya Mishra

Tragedy Inspirational

4  

Aishwarya Mishra

Tragedy Inspirational

ମୃତକବିତା

ମୃତକବିତା

1 min
26

ଗୋଟେ କବିତା ଲେଖିବାର ଥିଲା 

ମନ ର କିଛି କଥା

କହିବାର ଥିଲା 


କିନ୍ତୁ ସରିଗଲା ରାତି

ମିଳିଲାନି ଠିକ୍ ରୂପେ ଶବ୍ଦ କିଛି

କଲମ ବି ଦେଲା ଛତ୍ରଭଙ୍ଗ 


ଭାବନା ସବୁ ଯେମିତି  

ବୋହି ଯାଉଥିଲେ ଲୁହ ହୋଇ

ମିଛେଇ ହସଟା 

ଧୀରେ ଧୀରେ ଯାଉଥିଲା ଉଭେଇ


ତାରାମଣ୍ଡଳରେ ଫୁଲେଇ ଜହ୍ନଟା

ମୋତେ ଦେଖି କେଜାଣି କାହିଁକି 

ଯାଉଥିଲା ଲାଜେଇ


ତା' ଲାଜରେ ଥିଲା ଏକ ମିଛ ଉନ୍ମାଦନା 

ଶରୀର ପ୍ରତି ଶୀରା ପ୍ରଶୀରାରେ  

ଆଲୋଡନ ସୃଷ୍ଟି କରି

ମନକୁ ମୋ କରିଲା ସେ ଆନମନା 


ମୁଣ୍ଡରୁ ଆପେ ଆପେ ଖସିଗଲା 

ଲାଜର ଓଢଣା 

ଆଲୁଳାୟିତ କୁନ୍ତଳକୁ ସଜାଡୁ ସଜାଡୁ 

ମୁଁ ପୁଣି ପଡ଼ିଗଲି କବିତାର ପ୍ରେମରେ


ଛନ୍ଦାୟିତ କବିତାର 

ସମ୍ଭ୍ରମିତ ମାୟାଜାଲରେ


ଶବ୍ଦ ମାଧୁର୍ଯ୍ୟର ମଧୁମୟ ରସ ଆସ୍ଵାଦନ କରି

ଅନେକ ଧିକ୍କାରିଲି ନିଜକୁ

ନିଜ ସୃଜନର ପାରିବାପଣକୁ


ଏମିତି ରେ ଆଉ କ'ଣ

ବାରମ୍ବାର ଚେଷ୍ଟା କରି ମଧ୍ୟ

ଶବ୍ଦ ସଂଯୋଜନରେ ହେଲି ଅସଫଳ


କବିତା ପାଇଁ ଉପଯୁକ୍ତ ଶବ୍ଦର 

ଘୋର ଅଭାବ ହେତୁ

ଖାଲି ରହିଗଲା 

କାଗଜର ପୃଷ୍ଠା ସବୁ


ଆଉ ତା' ଉପରେ

ତିଆରି ହେଲା

ସଦ୍ୟ ମୃତ୍ୟୁଲାଭ କରିଥିବା ଏକ 

ଅତ୍ୟାଧୁନିକ କବିତାର ସମାଧୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy