STORYMIRROR

Neelima Nivedita Behera

Fantasy

3  

Neelima Nivedita Behera

Fantasy

ମୋତେ ଲାଗେ

ମୋତେ ଲାଗେ

1 min
213


ମୋତେ ଲାଗେ ନିରବରେ 

ମହକିବା ଦୋଷ ନୁହେଁ 


ମୋତେ ଲାଗେ ମଥାନତ

ଜମା ଦୁର୍ବଳର ଚିହ୍ନ ନୁହେଁ


ମୋତେ ଲାଗେ ସମର୍ପଣ

କେଉଁ ଆଶ୍ରିତର ଭାଷା ନୁହେଁ


ମୋତେ ଲାଗେ

ଓଠରେ ହସ ନାମି ଫୁଲଟିଏ ଫୁଟାଇବା

ଆଦୌ ଏକ କଷ୍ଟ ବ୍ୟାପାର ନୁହେଁ ।


କାହିଁକି ତଥାପି ହଜାରେ ପ୍ରଶ୍ନ

ଜୁଆର ହେଇ ମୋ ଆଖି ଡିଏଁ ?

କାହିଁକି ତଥାପି ପରିଚୟ ପରିଧିରେ

ଉତ୍ତର ନିଜେ ପରାଧୀନ ହୁଏ ?


ଛୁଇଁବା ପୂର୍ବରୁ ଛୁଇଁଯାଏ କେହିଜଣେ

ପବନ, ଗଗନ, ସପନ ରାସ୍ତାରେ

ଚୁମିବା ପୂର୍ବରୁ ଭେଦିଯାଏ କେହିଜଣେ

ଜାଣିଶୁଣି ଢୋକୁଥିବା କୋହରେ ।


ମୋତେ ଲାଗେ

ଅନ୍ଧାରର ଆଲିଙ୍ଗନେ ମୋ ଅମାନିଆ ମନ 

ବନ୍ଧା, ଛନ୍ଦା, ସଂପଦା


ମୋତେ ଲାଗେ

ଆଲୁଅର ପ୍ରତାରଣାରେ ମୋ ଆଶା ଓ ବର୍ତ୍ତମାନ

ସମ୍ବାବନା ଅଧା ଅଧା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy