STORYMIRROR

Neelima Nivedita Behera

Others

3  

Neelima Nivedita Behera

Others

ତୁ ଆଉ ମୁଁ

ତୁ ଆଉ ମୁଁ

2 mins
234

ମୋ ଆଖିକୁ କେବେ

ନିରିଖେଇ ଦେଖିନୁ ବୋଧେ,


ସେଠି ଥାକ ଥାକ ସବୁଜ ସ୍ଵପ୍ନ

ଠିକ୍ ତୋ ଆକାଶଛୁଆଁ ଆପାର୍ଟମେଣ୍ଟ ଭଳି...


ତୋ ଚଉଦ ନମ୍ବର ଫ୍ଲାଟର ବାଲକୋନୀରେ

ଶୁଖୁଥିବା ହଳେ ଆଶା

ରାତି ସାରା କାକର ଖାଏ

ମୋ ଆଖିରେ କିନ୍ତୁ

ନୀଳ ରଙ୍ଗର ଢେଉ

ସବୁବେଳେ ପ୍ରତୀକ୍ଷାର ବ୍ୟାରିକେଟ ଡିଏଁ,

ବତାସ ଛାଡିଗଲା ପରେ

ଜୀବନ କେତେ ଡହଳ-ବିକଳ ହୁଏ

ପାଖରୁ କେବେ ଦେଖିନୁ ବୋଧେ,

ମୁନ୍ଦାଏ ସହଯୋଗ ଓ

ମୁଠାଏ କରୁଣାର ଛାଇ ପାଇଁ


ସମୟ ସାଙ୍ଗରେ ସକାଳରୁ ସଞ୍ଜ ସେ ଧାଏଁ

ଏଣେ ସ୍ଵପ୍ନର ସବୁଜିମାକୁ ସାଉଣ୍ଟି ସଞ୍ଚିବାକୁ

ଚାହିଁ ରହିଥାଏ

ମୋ ଡାହାଣ ଆଖିପତାର କଳା ଜାଈ...

ତୁ କାହୁଁ ଜାଣିବୁ

ମୋ ଆଖିର ଅସୁମାରୀ ଅଙ୍କ ଗଣନାକୁ

ଜହ୍ନ ନୁହେଁ

ତାରା ଭଳି ସେମାନେ

ଲମ୍ବିଥାନ୍ତି ଯୋଜନ ଯୋଜନ ଦୂର

ତୁ ତ ତୋ ବାଲକୋନୀ ତାରରେ

ଶୁଖଉ ଉଜାଗର ରାତି, ଦେହର ବଳକା ତାତି,

ଶୀହରଣର ଶାଗୁଆ ଗୋଟେ ବିରତି

ହେଲେ ମୁଁ, ଗଣୁଥାଏ

ଆୟୁଷ ବାହାରେ ଆଶ୍ଳେଷର କଥା

ହାତର ଦଶଟି ଆଙ୍ଗୁଠିରେ ମୋର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍