STORYMIRROR

Neelima Nivedita Behera

Others

2  

Neelima Nivedita Behera

Others

ଏଇ ତ ସେ ରଙ୍ଗ

ଏଇ ତ ସେ ରଙ୍ଗ

1 min
14.4K


ଏଇ ତ ସେ ରଙ୍ଗ !

ଖୋଜିଥିଲି ଯାହାକୁ ମୁଁ ରାତି ଆଉ ଦିନ

ଉଜାଗରେ ସାରିଥିଲି ସବୁ ଯୌବନ...


ଗୋଲାପର ରଙ୍ଗ ନୁହେଁ ଗୋଲାପି ସରମ

ନୁହେଁ ବି ସେ ଅସ୍ତଗାମୀ ସୂରୁଜର ସମ

ଚିତ୍ରକର କେହିଜଣେ

ବୋଳି ନାହିଁ ତାର ଦେହେ

ଧୂସର କି ମଟାଳ ରଙ୍ଗର ବିରାମ !


ଏଇ ତ ସେ ରଙ୍ଗ !

ଶ୍ରାବଣରେ ରାସ୍ତା କଡ଼ ଦିଆଲ ଯତନ

ମଣିଷର ପାନ ପିକ, ରୋଗୀଙ୍କ ଖଙ୍କାର, କୁକୁର ମୁତ

ପାଶେ ପୁଣି ଶୋଭା ପାଏ ଲାଜକୁଳୀ ଲତାର

ଲାଜ ଲାଜ ଦର ଓଦା ଜୀବନ...


రచనకు రేటింగ్ ఇవ్వండి
లాగిన్