STORYMIRROR

Neelima Nivedita Behera

Abstract

4  

Neelima Nivedita Behera

Abstract

ରଙ୍ଗ

ରଙ୍ଗ

1 min
418

ରଙ୍ଗ କଥା ପଚାରନା ମୋତେ

କଳା ରଙ୍ଗ

ଜନମରୁ ମୋ ସାଥେ

ତଳେ ପାଦ ଥାପିଲେ

ମାଟି ଧୂସର ରଙ୍ଗର

ଆଖି ଟେକିଲେ

ନୀଳ ରଙ୍ଗ ଆକାଶର

ଅତୀତ

ସ୍ମୃତି ହେଇ ଝୁଲେ ସିନା ମନରେ

ବଦଳି ସାରିଥାଏ ସେ

କିନ୍ତୁ ହାଲୁକା ପୀତ ବର୍ଣ୍ଣର ।


ଆଶାରେ

ସବୁଜିମା ମୋ ନିଇତି ଅଙ୍କୁରେ

ଆଉ ସପନ,

ନାଲି ବିନ୍ଦି ନାଇ ହେଉଥାଏ ରାତିର

ନାରୀରୁ ନାରାୟଣୀ ହେବା ପଥରେ

ନାରଙ୍ଗୀ ରଙ୍ଗ

ପ୍ରତିଥର କ୍ରୋଧ ହେଇ ବାଟ ଓଗାଳେ

ଯେତେ ଯେତେଥର

ବିଫଳ ମୁଁ ହୁଏ

ଲୋତକ ସବୁ

ପାଲଟୁ ଥାଆନ୍ତି ନୀଳାଭ ରଙ୍ଗର । 


ଏଣୁ, ରଙ୍ଗ କଥା ମୋତେ ପଚାରନା

ଜୀବନ ମୋ ଶୁଆ, ମୁଁ ତାର ମଇନା

ବୈଶାଖରେ ବୁଣେ ମୁହିଁ

ଗୋଲାପି ରଙ୍ଗ

ଆଷାଢରେ ଝରାଏ

ଈଷତ୍ ଲାଜୁଆ ତରଙ୍ଗ

ଭୋଦୁଅ ଖରାରେ

ସିଝେ ନାହିଁ ଅଭିମାନ

ଶୀତ କହି ପାରେନା ବି

ସଠିକ୍ କାରଣ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract