STORYMIRROR

Neelima Nivedita Behera

Others

2  

Neelima Nivedita Behera

Others

ଠିକଣା

ଠିକଣା

1 min
13.6K


ତମେ ଅନେକ ଥର ପଚାର ମୋତେ

ନିଜ ଅସ୍ତିତ୍ଵ ଠିକଣା

ସମୟ ପାଖରୁ ଧାର୍ ଆଣିଥିବା

ମୁଁ ତ ନିଜେ ଗୋଟେ ଅଚଳନ୍ତି ପଇସା ଆଠେଣା

କେମିତି ଦେଇପାରିବି କୁହ

ତୁମକୁ ଆମ ବନ୍ଧୁତ୍ଵ ପାଉଣା ?


ଦୂରେ ଥାଇ ତୁମେ ଦୂରେଇ ଯାଇନ

ଜାଳିନ କେବେ ଆମ ସମ୍ପର୍କର ଚିଠା

ନିରବତା ଯେବେ ବଇରି ସାଜଇ, ରାଣ ଅଛି...

ଭଙ୍ଗୁର ଶବ୍ଦ ବି ଲାଗେ ମିଠା ମିଠା ।


ଜିତିବାକୁ କାହିଁ ତମେ ତର ହୁଅ ଏତେ

ଅତୀତ ତ ମଲାଣି ଚାହା ଥଣ୍ଡା ହେବା ସାଙ୍ଗରେ

ବରଂ ଜିଣି ନିଅ ଥରେ ସେଇ ବାଦାମୀ ବିଶ୍ଵାସକୁ

ଦେଖିବ, କେମିତି ମିଶିଯିବ

ଲୁହ ଦାଗ ସବୁ ତୁମ ଓଠର ତତଲା ଛୁଆଁରେ ।


ଏଇ ତ ନୀଳ ବେଳା, ନିସ୍ତବ୍ଦ ଇଲାକା

ଯାହାକୁ ତମେ ମନ କୁହ

ଆଉ ମୁଁ କୁହେ ସାହସର ଅଭିସାରିକା

ଏବେ ବି ଡେରି ହୋଇନାହିଁ

ମୋତେ ନପଚାରି ପଚାର ଥରେ ତାକୁ

ସତରେ କ’ଣ ସେ ଖୁସି

ମୁକ୍ତ କରି ଜୀବନକୁ ରହିବାକୁ ଏକା ???


Rate this content
Log in