STORYMIRROR

Neelima Nivedita Behera

Others

2  

Neelima Nivedita Behera

Others

ଆଇ ହାବ୍ ନୋ ଟାଇମ୍

ଆଇ ହାବ୍ ନୋ ଟାଇମ୍

1 min
13.9K


"ଆଇ ହାବ୍ ନୋ ଟାଇମ୍"

କହିବାଟା ସହଜ ନଥିଲା

ତା' ପାଇଁ ବି

ଓଟାରି ଆଣିବାକୁ ପଡ଼ିଥିଲା ଘର କାନ୍ଥରେ ଝୁଲୁଥିବା

ଘଣ୍ଟା ପିଠିରୁ ସମୟ କଣ୍ଟାକୁ

ସମୟ କଣ୍ଟା ବୋଲି

ଛଅଟା' କି ନଅଟା' ନୁହେଁ ମ'

ମାତ୍ର ତିନିଟା କଣ୍ଟାରେ ହିଁ

ସାରିବାକୁ ପଡ଼ିଥିଲା ଯାବତୀୟ ବାହାନାକୁ ।


ବାହାନା ୧ - ରେ ଖଞ୍ଜିଥିଲି

> ଅତୀତର ହସ୍ତାକ୍ଷର

> ଉଜୁଡ଼ା ଖୁସିର ଆସର

> ଅଭୁଲା ଚେହେରା

> ଉତ୍ତରାୟଣ ଖରା


ବାହାନା ୨ - ରେ ଆଙ୍କିଥିଲି

> ଧୈର୍ଯ୍ୟର କାରାଗାର

> ପରିପକ୍ୱତାର ଗ୍ରହଣ

> ଖୁସିର ପସରା

> ନୀଳ ରଙ୍ଗ ପାରା


ବାହାନା ୩ - ରେ ଯୋଚିଥିଲି

> ଆଶାର ସୁନେଲି କିରଣ

> ରୂପେଲି ସ୍ଵପ୍ନ ଆବରଣ

> ଆତ୍ମବିଶ୍ଵାସ ବଟକରା

> ତ୍ରୟୋଦଶୀ ତାରା


Rate this content
Log in