କେହିଜଣେ କହିଥିଲା
କେହିଜଣେ କହିଥିଲା
ଚାଲ୍ ଥରେ ଉଡ଼ିଯିବା
ସହର, ରାଜ୍ୟ କି ଦେଶ ନୁହେଁ ମ'
ପୁରା ଆକାଶଟା ଯଉଠି ସରିବ
ତା'ଠାରୁ ଆଗକୁ ...
ଡେଣା ଦୁଇ ହଳକୁ ହଳୁଟିଏ କରି
ଗଢିବା ଏକ ଘଡ଼ି
ସମୟ ସାଙ୍ଗରେ ଆମେ ନୁହେଁ ପାଗିଳି
କଣ୍ଟା ଚାଲୁଥିବ
ଆମ ବିଶ୍ଵାସରେ ନିଜକୁ ମାପକ କରି ।
ଚାଲ୍ ଥରେ ଡେଇଁଯିବା
ସୀମା, ସରହଦ କି ସଂସ୍କୃତି ନୁହେଁ ମ'
ସମାଜର ପୁରା ସାଗରଟା ଯଉଠି
ନିଶ୍ଚିହ୍ନ ହେବ ତା' ଆଗକୁ
ଇତିହାସ, ପୁରାଣ, କିମ୍ବଦନ୍ତୀମାନଙ୍କ ଲମ୍ଫ
ଛୁଇଁ ପାରୁନଥିବ
ଆମ ସାହସର ପ୍ରତ୍ୟେୟକୁ
ତୁ ହସୁଥିବୁ ମୋ ଛାତିରେ
ମୁଁ ଲୁଚିଥିବି ତୋ ଆଖିରେ ।
ତୋତେ ପାଗିଳି କହୁଛି ବୋଲି ରାଗୁଛୁ କି ?
କେମିତି ବୁଝେଇବି କହ ?
ତୁ ମାନିବାରେ ମୋ ସମ୍ମାନ
ତୁ ସହିବାରେ ମୋ ଗରବ
ତୁ ବୁଝିବାରେ ମୋ ପାରିବାର
ଆଉ ତୋ ପାଇବାରେ ମୋ ତୃପ୍ତି
ତୋର ଏଇ ସରଳପଣ ପାଇଁ ତ
ମୁଁ ନେଇପାରେ ଏ ମହିରେ ହଜାର ଥର ଜନମ !!!