ମୋର ଶାଳୀ
ମୋର ଶାଳୀ
ଝର୍ ଝାର୍ କରି ଆମ୍ବ ପଡିଗଲା
ଦେଖତ୍ ଅନ୍ଧାର ରାତି,
କାଏ ମହନୀ ଲଗେଇ ଦେଇଛେ
ଶାଳୀ ମୋର୍ ସେନ୍ଦ୍ରୀ ଲେତି ।
ମହନୀ ଦିଆ ତାର୍ ପିରତୀ
ଝୁମୁରା ନାଇଁ ଲାଗେ ରାତି,
ଭେନେଇ ଭେନେଇ ମତେ କହି
ଦୁଲ୍'କେଇ ଦେସି ମୋର୍ ଛାତି ।
ମୋର୍ ସାଙ୍ଗେ ଦିନେ କଥା ନାଇଁ ହେଲେ
ହେଇ ଯାଏସି ତନାବନା
ମୋର୍ ଶାଳୀ,ଚିକିନ କାଲି
କେତେ କରୁଥିସି ବାହାନା
କହୁଥିସି ମତେ ଘିନି ଆନି ଦେବ
ଲାଲ୍ ଲିବିଷ୍ଟିକ୍ ,ସୋନୋ,ପାଉଡର୍ ,
ତମେ ତ ମୋର୍ ଗେହ୍ଲା ଭେନେଇ
ଜଲଦି ଆଏବ୍ ଗୋ ଆମର୍ ଘର୍ ।
କୁଇଲି ଲେଖେ ତାର୍ କଅଲି କଥା
ପଡି ଜାଏସି ତାର୍ ଭୂଲେ,
ତାର୍ କଥା କେ କାଟି ନାଇଁ ପାରେ
ଆନି ଦେସି ସବୁ କଲେ କଲେ ।
ଶାଳୀ ମୋର୍ ସେନ୍ଦ୍ରୀ ଗାଲି
ଆଏ ରେ ବଡା ମଲ୍ ମଲି,
ତାର୍ ବିହା ବେଲେ ଭେନେଇ ଭାରେ
ନେମି ପରେ ସୁନାର୍ ମାଲି ।
