ମୋ ସୁନା ଭଉଣୀ
ମୋ ସୁନା ଭଉଣୀ
ଭଉଣୀ ଲୋ ........
ସରିଗଲା ବାପଘର ଖେଳ,
ଏବେ ହେଲା
ଯିବା ପାଇଁ ଶାଶୁଘର ବେଳ l(ଘୋଷା )
ଭୁଲି ଯିବୁ
ପିଲା ବେଳ ସାଙ୍ଗ ସାଥୀ କଥା,
ଗୁଣି ହେବୁ
ଶଶୁ ଶଶୁର ସ୍ୱାମୀଙ୍କ ଗାଥା l
ଭୁଲିବୁନି
ଝିଅ ପରା ହିତ ଦୁଇ କୂଳ l
ଭଉଣୀ.....................|(1)
ପର କରି
ଯାଉଛୁ ଏପାରିରୁ ସେପାରିକୁ,
ନୂଆଁ କରି
ଗଢ଼ିବୁ ତୋହର ସଂସାରକୁ l
କଥା ପରା
ରହିଛି ରହିବ କାଳ କାଳ
ଭଉଣୀ...................|(2)