STORYMIRROR

DEEPAK KUMAR PATRA

Romance

3  

DEEPAK KUMAR PATRA

Romance

ମୋ ଶୁଖିଲା ହୃଦୟରେ ବର୍ଷା ଜଳ

ମୋ ଶୁଖିଲା ହୃଦୟରେ ବର୍ଷା ଜଳ

1 min
182


ଦିନ ପରେ ଦିନ ରାତି ପରେ ରାତି

ନିଶବ୍ଦ ଆକାଶର ଛାଉଣୀ ତଳେ

ଏକାକୀ ନିରସ ଜୀବନକୁ

ବଞ୍ଚୁଥିଲି ଏକା ଏକା

ଯେବେ ତମେ ଆସି

ବିଞ୍ଚି ଦେଲ

ମୋ ଶୁଖିଲା ହୃଦୟରେ

ବରଷାର ବାରିଧାରା

ଯେମିତିକି ମୃତ ଦେହରେ

ସଂଜୀବନୀ ର ବିନିଯୋଗ

ହେଲାପରି


ଏବେ ଲାଗେ

ଉଆଁସ ରାତି ବି ପୂର୍ଣ୍ଣିମା ପୂର୍ଣ୍ଣିମା

ପୃଥିବୀ ବି ସବୁଜ ସବୁଜ

ଆକାଶଟା ବି ସତେଜ ସତେଜ

ଯେମିତି କି ନିର୍ଜୀବ ଜୀବନେ

ପ୍ରାଣ ସଂଚାଳନ


ଏବେ ଜିଇଁବାର ଅଛି

ଭାବର ବନ୍ଧନେ

ବିଶ୍ୱାସର ପ୍ରୀତି ଧାରେ

ତୋଳିବାର ଅଛି

ପ୍ରେମର କୋଣାର୍କ

ଭିଜିବାର ଅଛି ପ୍ରୀତିର ବର୍ଷାରେ


ଆସ ପ୍ରିୟ ଆସ

ଯେବେ ସଞ୍ଚରି ସାରିଛ

ମୋ ଶୁଖିଲା ହୃଦୟେ

ବର୍ଷାର ବାରିଧାରା

ତେବେ ବିଳମ୍ବ କାହିଁକି

ଚାଲିଯିବା ସେଇ ଦୂର ଆକାଶକୁ

ଯେଉଁଠି ରହିଥିବ 

ବେରଙ୍ଗି ବିହଙ୍ଗର କାକଳି

ଶାନ୍ତ ସମୁଦ୍ରର ଶବ୍ଦ

ସତ୍ୟ ପ୍ରେମର ଭୁରୁ ଭୁରୁ ବାସ୍ନା

ସେଇଠି ତ ତୋଳିବା

ପ୍ରେମ କୋଣାର୍କର

ବିଶାଳ ପ୍ରସାଦ ଅନୁପମା ।।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance