ମୋ ଶୁଖିଲା ହୃଦୟରେ ବର୍ଷା ଜଳ
ମୋ ଶୁଖିଲା ହୃଦୟରେ ବର୍ଷା ଜଳ
ଦିନ ପରେ ଦିନ ରାତି ପରେ ରାତି
ନିଶବ୍ଦ ଆକାଶର ଛାଉଣୀ ତଳେ
ଏକାକୀ ନିରସ ଜୀବନକୁ
ବଞ୍ଚୁଥିଲି ଏକା ଏକା
ଯେବେ ତମେ ଆସି
ବିଞ୍ଚି ଦେଲ
ମୋ ଶୁଖିଲା ହୃଦୟରେ
ବରଷାର ବାରିଧାରା
ଯେମିତିକି ମୃତ ଦେହରେ
ସଂଜୀବନୀ ର ବିନିଯୋଗ
ହେଲାପରି
ଏବେ ଲାଗେ
ଉଆଁସ ରାତି ବି ପୂର୍ଣ୍ଣିମା ପୂର୍ଣ୍ଣିମା
ପୃଥିବୀ ବି ସବୁଜ ସବୁଜ
ଆକାଶଟା ବି ସତେଜ ସତେଜ
ଯେମିତି କି ନିର୍ଜୀବ ଜୀବନେ
ପ୍ରାଣ ସଂଚାଳନ
ଏବେ ଜିଇଁବାର ଅଛି
ଭାବର ବନ୍ଧନେ
ବିଶ୍ୱାସର ପ୍ରୀତି ଧାରେ
ତୋଳିବାର ଅଛି
ପ୍ରେମର କୋଣାର୍କ
ଭିଜିବାର ଅଛି ପ୍ରୀତିର ବର୍ଷାରେ
ଆସ ପ୍ରିୟ ଆସ
ଯେବେ ସଞ୍ଚରି ସାରିଛ
ମୋ ଶୁଖିଲା ହୃଦୟେ
ବର୍ଷାର ବାରିଧାରା
ତେବେ ବିଳମ୍ବ କାହିଁକି
ଚାଲିଯିବା ସେଇ ଦୂର ଆକାଶକୁ
ଯେଉଁଠି ରହିଥିବ
ବେରଙ୍ଗି ବିହଙ୍ଗର କାକଳି
ଶାନ୍ତ ସମୁଦ୍ରର ଶବ୍ଦ
ସତ୍ୟ ପ୍ରେମର ଭୁରୁ ଭୁରୁ ବାସ୍ନା
ସେଇଠି ତ ତୋଳିବା
ପ୍ରେମ କୋଣାର୍କର
ବିଶାଳ ପ୍ରସାଦ ଅନୁପମା ।।

