STORYMIRROR

Papu parida

Drama Inspirational Others

4  

Papu parida

Drama Inspirational Others

ମୋ ପ୍ରକୃତ ବନ୍ଧୁ ମୋ କଲମ

ମୋ ପ୍ରକୃତ ବନ୍ଧୁ ମୋ କଲମ

1 min
242

ମୋ ସୁଖର ସାଥି 

ମୋ ଦୁଃଖର ଦରଦୀ

ମୋ ପ୍ରେମର ପ୍ରେମିକା

ମୋ ବିରହ ବେଦନା ।


ସୁଖ ଅବା ଦୁଃଖ ପ୍ରେମ କି ବିରହ

ସବୁ ଯନ୍ତ୍ରଣାରେ ସେହି ଏକା ପରା ମଲମ

ମୋ ପ୍ରକୃତ ବନ୍ଧୁ ମୋ କଲମ ।


ମୋ ରାସ୍ତାର ସାଥି

ମୋ ଏକପଣର ମିତ

ମୋ ନିରବତାର କାରଣ

ମୋ ପ୍ରସନ୍ନତାର ହେତୁ ।


ସହି ନାହିଁ କେବେ ନା ସେ ସହିବ

ଅନ୍ୟାୟ ଅନୀତି ଜୁଲମ

ମୋ ପ୍ରକୃତ ବନ୍ଧୁ ମୋ କଲମ।


ମୋ ସଂକଳ୍ପର ସାଖି

ମୋ ଲକ୍ଷର ପ୍ରହରୀ

ମୋ ବିଫଳତାର ଦୁଃଖ

ମୋ ସଫଳତାର ଶ୍ରେୟ ।


ତା ବିନା ମୁଁ ମୋ ବିନା ସିଏ

କଥା ହେଉନାହିଁ କାହିଁ ହଜମ

ମୋ ପ୍ରକୃତ ବନ୍ଧୁ ମୋ କଲମ ।


ମୋ କଥାର ଆଧାର

ମୋ ଲେଖାର ସୌନ୍ଦର୍ଯ୍ୟ

ମୋ ବ୍ୟବହାରର ଶାଳୀନତା

ମୋ ମନର କଠୋରତା ।


ଦିଏ ମୋତେ ସେ ସାହସ ଓ ଧର୍ଯ୍ୟ

ଶିଖାଏ ହେବାକୁ ସଂଯମ

ମୋ ପ୍ରକୃତ ବନ୍ଧୁ ମୋ କଲମ।


Rate this content
Log in

Similar oriya poem from Drama