STORYMIRROR

Rajendra Kumar Senapati

Drama

3  

Rajendra Kumar Senapati

Drama

ମୋ ପ୍ରଭୁ

ମୋ ପ୍ରଭୁ

1 min
143


ନୟନ ମୋହର ଦେଖି ନାହିଁ ବୋଲି 

ସାଇତି ରଖିଛି ନୟନେ ,

ତୁମ ଚିତ୍ର ପଟ ଦେଖୁଥାଇ ମନେ

ପେଟ ପୁରିଲା ପରିଯନ୍ତେ।।


ଅକ୍ଷୟ ହୃଦୟ ଜାଣିବା ଅକ୍ଷମ, 

କେଉଁଠି ରହିଛ ଗୋପନେ ।

କାମନା ବାସନା ବଶରେ ଏ ମନ 

ଭ୍ରମୁ ଥାଇ ଭ୍ରମିତ ମନେ।।


ସ୍ଥିର ଚକ୍ଷୁ ମୋର ଜାଗ୍ରତ ରହିଛି,

ଦର୍ଶନ ଲଭିବା ନିମନ୍ତେ 

ତୁମ ରଙ୍ଗାଧର ରୂପ ଦେଖିବାକୁ 

ଭାବୁଥାଇ ନିତି ସ୍ବପନେ ।।


ସଭିଏଁ ଛାଡ଼ିଲେ ମୋର ଭୟ ନାହିଁ 

ଏକା ପ୍ରଭୁ ତୁମେ ଥିଲେ 

ନିରାଶ୍ରୟ ଜନେ ଆଶ୍ରୟ ମିଳିବ

ଏକଥା ଭାବିଛି ମନରେ।।


ତୁମରି କରୁଣା ଯାହାକୁ ମିଳଇ, 

ଜଗତେ ଅଟେ ଭାଗ୍ୟବାନ 

ତୁମରି ପ୍ରେମରେ ବନ୍ଧା ହୁଏ ଯିଏ, 

ବାସ କରେ ତୁମ ଭବନ।।


ତୁମ ଛଡା କେହି ସାଥି ନାହିଁ ମୋର, 

ଦୁନିଆ ଅଟେ ସ୍ୱାର୍ଥପର 

ସମ୍ମୁଖେ ମୋହର ଦିଗନ୍ତ ବିସ୍ତାରି, 

ଛକି ରହିଛି କାଳ ଯମ।।


ସଂସାର ପଞ୍ଜୁରୀ ବେଢ଼ି ଅଛି ମୋତେ,

ମାୟା ମୋହର ଜଞ୍ଜାଳ ରେ

ମୁକୁଳି ପାରେନା ଏ ବନ୍ଧନୁ ବୋଲି

ଡାକଇ ମୁଁ ତୋତେ ଆତୁରେ।


କିପରି ଭାବରେ ଡ଼ାକିଲେ ମୁଁ ତୋତେ

ପହଞ୍ଚିବ ମୋହର ଡ଼ାକ

ଜାଣେନା ମୁଁ ମନ୍ତ୍ର ଜାଣେନା ମୁଁ ତନ୍ତ୍ର

ଭକ୍ତି ଅଟଇ ମୋର ମନ୍ତ୍ର।।


ଭଲ ଭାବେ ଜାଣେ ତୁମେ ଅଛ ବୋଲି

ସଂସାରେ ଅଛି ମୋର ସତ୍ତା, 

ତୁମେ ପ୍ରାଣମୟ ମୋର ପ୍ରାଣ ବାୟୁ

ତୁମେ ମୋ ଜୀବନ ନାଟିକା।।


ଯେତେ ମୁଁ ପାଇଛି ଆହୁରି ମାଗିଛି,

ସବୁ ଦେଉ ଥାଆନ୍ତି ମୋତେ 

ତଥାପି ମୋହର ଅଲଭ୍ୟ ହୋଇଛି

ପାଇ ନାହିଁ ତ ବୋଲି ତୋତ।।


ଯାହା ମୁଁ ଜାଣିଛି କାଣିଚାଏ ନୁହେଁ, 

ଅନନ୍ତ ନାମଟି ଯାହାର 

ଜାଣେ ତୁମ ଠାରୁ ପ୍ରାପ୍ତି ନିରନ୍ତର, 

ମିଳିବ ଯୁଗ ଯୁଗାନ୍ତର।।


ତୁମ ମୋ ମଧ୍ୟରେ ଆଉ କେହି ନାହିଁ 

ବାଧା ହୁଏ ନାହିଁଁ ଉତ୍ପନ୍ନ 

ସବୁ ବାଧା ବିଘ୍ନ ଉଭେଇ ଯାଉଛି

କରୁଥିଲେ ତୁମ ଭଜନ।।  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama