Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gyanendriya Dash

Children

4.0  

Gyanendriya Dash

Children

ମୋ ଦେଶ ଭାରତ

ମୋ ଦେଶ ଭାରତ

1 min
142


ମୋ ଦେଶ ଭାରତ ଜଗତେ ବିଖ୍ୟାତ

ଆର୍ଯ୍ୟାବର୍ତ୍ତ ହିନ୍ଦୁସ୍ଥାନ ।

ଜମ୍ବୁଦ୍ୱୀପ ପୁଣି ଇଣ୍ଡିଆ ନାମରେ

ଦୁନିଆଁରେ ଗରିୟାନ ।୧।


ଧର୍ମ ଓ ସଂସ୍କୃତି ଆମ ପରମ୍ପରା

ଶିକ୍ଷା ଦୀକ୍ଷା ରାଜନୀତି ।

ଶ୍ରେଷ୍ଠ ଗଣତନ୍ତ୍ର ଶାନ୍ତି ମୂଳମନ୍ତ୍ର

ପରିବେଶ ଓ ପ୍ରକୃତି ।୨।


ବିଶ୍ଵଗୁରୁ ଅଟେ ଦିଏ ଶାନ୍ତିବାର୍ତ୍ତା

ସର୍ବେ ଭାବନ୍ତୁ ସୁଖିନଃ ।

ଶ୍ରୀରାମ ଶ୍ରୀକୃଷ୍ଣ ଜନ୍ମି ଏ ଭୁବନେ

ଭାରତ ହୋଇଛି ଧନ୍ୟ ।୩।


ଶସ୍ୟ ଶ୍ୟାମଳା ଓ ଖଣିଜ ସମ୍ପଦେ

ଭରପୂର ମୋର ଦେଶ ।

ଶାନ୍ତି ମୈତ୍ରୀ ପ୍ରୀତି ପର ଉପକାରେ

ଦିଏ ଭ୍ରାତୃତ୍ୱ ସନ୍ଦେଶ ।୪।


ନାହିଁ ଏଠି ଛଳ କପଟର ସ୍ଥାନ

ନାହିଁ ଅନ୍ୟାୟ ଦୁର୍ନୀତି ।

ଭାରତ ମୋ ଦେଶ ସୀତା ଓ ସାବିତ୍ରୀ

ଜନ୍ମିଛନ୍ତି ମହାସତୀ ।୫।


ଆମର ଯବାନ ଶ୍ରମିକ କୃଷକ

କାଶ୍ମୀରୁ କନ୍ୟାକୁମାରୀ ।

ସୁରକ୍ଷିତ ଆମେ ସ୍ୱଚ୍ଛଳ ବି ଆମେ

ଭାରତୀୟ ନରନାରୀ ।୬।


ଧନ୍ୟ ଧନ୍ୟ ଦେଶ ମୋ ଭାରତ ବର୍ଷ

ପୂଜୁଛି ମାଁ ଭକ୍ତିଭରେ ।

ପାଳୁଥିବୁ ନିତି କରି ଆଲୋକିତ

ସବୁ ଅମା ଅନ୍ଧକାରେ ।୭।



Rate this content
Log in

Similar oriya poem from Children