ବୀର ଶିଶୁ
ବୀର ଶିଶୁ
କହ ଚନ୍ଦ୍ରଭାଗା
କହଲୋ କୋଣାର୍କ
ସେଦିନର ସେଇ କଥା
ଇତିହାସେ ଲେଖା
କଅଁଳ ଶିଶୁର
ମହାନ ବୀରତ୍ୱ ଗାଥା।
ଜାତି ନନ୍ଦିଘୋଷ
ସୁରକ୍ଷା ନିମିତ୍ତ
ଦେଇଥିଲା ଆତ୍ମବଳୀ
ବାରଶ ବଢ଼େଇ
ମୁଣ୍ଡରକ୍ଷା ପାଇଁ
ମାରିଲା ମନ୍ଦିର ଚୂଳି।
ରାତି ପାହିଗଲେ
ମନ୍ଦିର ଦର୍ଶନେ
ଆସିବେ ଲଙ୍ଗୁଳା ଦେବ
ଅସମ୍ପୂର୍ଣ ଥିଲେ
ହୋଇଛି ଆଦେଶ
ମୁଣ୍ଡ ସବୁ କାଟ ହେବ।
ବାରଶ ବଢ଼େଇ
ହଜିଯିବେ କାହିଁ
ଜାତି ହେବଶିରୀହୀନ
ଭାବି ଦେବଶିଶୁ
ମାପ ଜୁପ କରି
କରିଲା ଚୂଳି ସ୍ଥାପନ।
ହସିଲା ମନ୍ଦିର
ଦଧୀନଉତିରେ
ଅପରୂପ ଶୋଭା ନେଇ
ଦେଖି ଆନନ୍ଦରେ
ବିଶୁ ମହାରଣା
ଲୁହ ଗଲା ଓଠ ଛୁଇଁ।
ବାରଶ ବଢ଼େଇ
ଯାହା ନ ପାରିଲେ
ବାର ବରଶର ପିଲା
ରକତେ ତା ଲେଖା
ଶିଳ୍ପୀ କୂଳ ଶିଖା
ବିନା ଦିଗ୍ଧା ଗଢି ଦେଲା।
ଜାତି ସ୍ୱାର୍ଥ ପାଇଁ
କେମିତି ତେଜିବେ
ପ୍ରାଣର ପିତୁଳା ଯିଏ
ଫାଟିଗଲା ହିଆ
ଝରିଗଲା ଲୁହ
କେମିତି ସହିବ କିଏ।
ଶେଷ କଥା ଥିଲା
ବୀର ଶିଶୁ ଓଠୁ
ଜାତି ଲାଗି ପ୍ରାଣ ତ୍ୟାଗ
ଭାଗ୍ୟେ ଥିଲେ ମିଳେ
ଇତିହାସେ ଲେଖା
ବୀରତ୍ବ ଯଶ ଗୌରବ।
ଧନ୍ୟ ସେ ଜନନୀ
ଧନ୍ୟ ସେଇ ଭୂମି
ଶତ ଧନ୍ୟ ପୂଣ୍ୟ ତିଥି
ଓଡିଶା ମାଟିର
ଅଭୁଲା କାହାଣୀ
ଶିଳ୍ପୀ କୂଳ ମହା ଜ୍ୟୋତି।