ଯାତ୍ରା
ଯାତ୍ରା
ଜୀବନ ଯେ ଏମିତି ଏକ ଯାତ୍ରା ହୁଏ
ସକାଳୁ ସଂଜ ସଞ୍ଜରୁ ରାତି, ରାତିରୁ
ସକାଳ ଯେ ଏ ଯାତ୍ରାର ଅନ୍ତ ନଥାଏ
କେବେ କେଉଁଠି କେମିତି କେତେବେଳେ
ଶେଷହୀନ ଅନ୍ତହୀନ ଯାତ୍ରା ଯେ ଜୀଵନ
ମୁଁ ବାଟୋଇ ଅଜଣା ବାଟରେ
ଜୀଵନ ସାଗର ଦେହରେ
ଲୋଟି ପଡୁଥିବା ଉର୍ମିମାଳା ପରି
ଅଶାନ୍ତ ଉତ୍ତାଳ ତରଙ୍ଗ ହୁଏ ।