Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjit Sahu

Inspirational

3  

Ranjit Sahu

Inspirational

ଶୀତ -1

ଶୀତ -1

1 min
201


ପଡ଼ିଛି ନୀରବ ସହର ବଜାର 

ଘେରିଛି ପୁଣି ସଂସାରକୁ ଶୀତ  

ଘନ କୁହୁଡିର ଆବରଣ ତଳେ 

ହଜିଛି କେଉଁଠି ବିହଙ୍ଗ ଗୀତ I 


ପତ୍ରହୀନ ହୋଇ ଦ୍ରୁମ ଦେହ କମ୍ପେ 

ଥରେ ପବନରେ ଶାଖା ପ୍ରଶାଖା 

ବରଫ ପାଲଟେ କ୍ଷୀପ୍ର ନଦୀ ଜଳ 

ସ୍ଵଚ୍ଛ କାଚ ଭଳି ଦିଅଇ ଦେଖା I  


ତୁଷାର ଝଡ଼ରେ ଅସ୍ତ ବ୍ୟସ୍ତ ହୁଏ 

ବାଧା ପ୍ରାପ୍ତ ହୁଏ ଜନ ଜୀବନ 

ଖୋଜେ ମନ ଉଷ୍ଣ ରବିର କିରଣ 

ରାତି ବଢି ଯାଇ ଘଟିଲେ ଦିନ I 


ଯେତେ ହିମ ଝରୁ ଆକାଶ ବୁକୁରୁ 

ଧରାକୁ ଦେଉ ଧବଳରେ ଭରି  

ବରଫର ତଳେ ଆଗାମୀ ବସନ୍ତ 

ଲୁଚି ରହିଛି ଯୁଗ ଯୁଗ ଧରି I 



Rate this content
Log in

Similar oriya poem from Inspirational