Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Romance Classics Children

3  

Satyanarayan Sahoo

Romance Classics Children

ଆଇସ କ୍ରିମ ବାଲା

ଆଇସ କ୍ରିମ ବାଲା

1 min
128



ଖରା ବେଳେ ଖରା ତାପ ରେ ଶରୀର 

ତାପ ଯାଇ ଥାଏ ବଢି

ଗମ୍ ଗମ୍ ଝାଳ ବାହାରେ ଦେହ ରୁ

ହୁଏ ନାହିଁ କାମ କରି ।

ଶରୀର ଉଷ୍ମତା କମାଇବା ପାଇଁ

ଦରବ ବହୁ ପ୍ରକାର

ଦହି , ଲେମ୍ବୁ ପାଣି , ପଖାଳ ତୋରାଣି

 ପିଇବାକୁ ଲାଗେ ଭଲ ।

ଆଜି କାଲି କିନ୍ତୁ ଆଇସ କିରୀମ

ଖାଇବାକୁ ମଜା ଲାଗେ

ଆଇସ୍ କିରିମ୍ ବାଲା ବୁଲି ସାଇକେଲ ରେ

ଆଇସ କ୍ରିମ ବିକୁ ଥାଏ ।

ସୋଲ ଦିଆ ବାକ୍ସ ଭିତରେ ପୁରାଇ

ସାଇକଲ ପଛ ରେ ଲଦି 

ପେଙ୍କ।ଳୀ ବଜାଇ ବିକାଳୀ ବୁଲନ୍ତି

ଗାଁ , ସାଇ , ଗଳି , କନ୍ଦି ।

ଢାଙ୍କୁଣି ଘୋଡ଼ାଇ ବାକ୍ସ ର ଗାତକୁ 

 ବୁଜାଇ ଥିବାରୁ ବାୟୁ 

ପଶି ପାରେ ନାହିଁ ତା ତରଲେ ନାହିଁ

ଆମେ କିଣି ଆଣି ଖାଉ ।

ଟିକି ପିଲା ଙ୍କ ର ଯେ ଭାରି ଆଦର

ଅଟେ ଏହି ଆଇସ କ୍ରିମ

ଚାରେଣି ଆଠେଣୀ ଦେଇ କିଣି ଆଣି

ଖାଇ କି କରନ୍ତି କାମ ।

ଏଇ ଆଇସ କ୍ରିମ କୁଲୁଫି ଭାବ ରେ

ସଭିଙ୍କ ପାଏ ଆଦର

ରଙ୍ଗ ବେରଙ୍ଗ ର ଦିଶେ ମନୋହର

ସ୍ଵାଦ ଭାରି ଚମତ୍କାର ।



Rate this content
Log in

Similar oriya poem from Romance