ଜନନୀ
ଜନନୀ
ଜନ୍ମ ଦେଇ ଯିଏ ଗଢି ଦିଏ ଜୀବନ
ଯା' ବିନା ଶୂନ୍ୟତାର ନାହିଁ ପୂର୍ଣ୍ଣତା
ଯିଏ ଆଶା ଭାଷାର ସ୍ରୋତସ୍ଵିନୀ
ହୋଇଥାଏ ଶୁଭ ଶାନ୍ତି ପ୍ରଦାୟିନୀ l
ସେ କଲ୍ୟାଣମୟୀ ଜନନୀ
ସ୍ନେହ ମମତା ଦେଇ କରେ ମହାନ
ଯା' ଲାଗି ହସି ଉଠେ ଭୁବନେ ଭବନ
ସେବା ଯତ୍ନ କରି ସର୍ବଂସହା ଧରଣୀ l
ସେ ଅଭୟଦାୟିନୀ ଜନନୀ
ତ୍ୟାଗପଣେ ଗରୀୟସୀ ମହୀୟସୀ
ସେ ଦାନ ଧର୍ମର ଦେବୀ ପ୍ରତିମା
କଳ୍ପି ହୁଏନା କଳ୍ପନାରେ ଯା'ର ମହିମା l
ସ୍ଵୟଂ ପରିପୂର୍ଣ୍ଣା କୃପା କାରିଣୀ
ସେ ଜଗତେ ଦୟାମୟୀ ଜନନୀ
ବାର ବ୍ରତ ଉପାସନାର ପୂଜାରିଣୀ l
ମଙ୍ଗଳ ମନାସି ହସ ଖୁସି ଦିଏ ଆଣି
ଘରକୁ କରେ ମନ୍ଦିର ମାଳିନୀ
ସେ ଚିର ପୂଜ୍ୟା ନମସ୍ୟା ଜନନୀ
ଯା' ମଧୁର କଣ୍ଠରୁ ଝରେ ରାଗ ରାଗିଣୀ
ସାତ ସୁରର ସେ ମୃତ୍ୟୁ ସଞ୍ଜିବନୀ
ହୃଦେ ଦିଏ ସମ୍ଭାବନାର ଫସଲ ବୁଣି l
ସେ ଚିର ବନ୍ଦନୀୟା ଜନନୀ
ସୂକ୍ଷ୍ମ ଚିନ୍ତନକୁ ସ୍ଥୂଳରେ ଦିଏ ଆକାର
ଜୀବନର ମହତ ଲକ୍ଷ୍ୟକୁ କରେ ସାକାର
ଆଦିଶକ୍ତି ସ୍ଵରୂପିଣୀ ପ୍ରେରଣା ଦାୟିନୀ
ସେ ନିଷ୍ଠା ପ୍ରତିଷ୍ଠା କାରିଣୀ ଜନନୀ।