Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidutprabha Mishra

Inspirational Others Children

3  

Bidutprabha Mishra

Inspirational Others Children

ମାୟାମୃଗ

ମାୟାମୃଗ

1 min
110



ତ୍ରେତୟା ଯୁଗରେ ମାୟାମୃଗ ଦେଖି

ସୀତା ହୋଇଥିଲେ ଭୋଳ,

ରଖିବି ତାହାକୁ ଆଣିଦିଅ ସ୍ୱାମୀ 

କରିଥିଲେ ସେ କଟାଳ l


ମାରିଚ ଦାନଵ ମାୟା ମୃଗ ସାଜି

ସୁନ୍ଦର ରୁପକୁ ଧରି,

ରାମ ଙ୍କ କୁଟୀର ସମ୍ମୁଖେ ବୁଲିଲା

ସୀତା ଦେଖି ହେଲେ ଘାରି l


ମାୟା ମୃଗ ଆଳେ ସୀତାଙ୍କ ହରଣ

ପାଞ୍ଚିଥିଲା ଲଙ୍କାପତି,

ରାମ ଲକ୍ଷ୍ମଣ ଙ୍କ ଅନୁପସ୍ଥିତି ରେ

ହରିଲା ହୋଇସେ ଯତି l


ଏବେକା ଯୁଗରେ ଜାଣିହେବ ନାହିଁ 

ମାୟା ମୃଗ ରୂପେ କେତେ,

ବସ୍ତୁ ଠୁଁ ମାନବ ଘୁରି ବୁଲୁଛନ୍ତି

ମାୟା ରଚି କେତେ ମତେ l


ଚିଟ ଫଣ୍ଡ ପରି ମାୟାଜାଲ ବିଛା 

ହୋଇଅଛି ଠକିବାକୁ,

ଵିଜ୍ଞାପନ ଦେଇ ଲୋଭକୁ ଦେଖାଇ 

ଯୋଗାଡ଼ନ୍ତି ଗରାଖଙ୍କୁ l


ଥରେ ସେ ଜାଲରେ ପଡିଗଲେ ଲୋକ

ହୋଇଥାନ୍ତି ନାରଖାର,

ଲୋଭ ଟି ତାଙ୍କର ସର୍ବନାଶ କରେ

ଶେଷରେ ଦୁଃଖଟି ଘୋର l


ମୋବାଇଲ ଯୁଗେ କେତେକେତେ ବାଟେ

ଠକ ବସିଛନ୍ତି ଚାହିଁ,

ସରଳ ଲୋକଙ୍କୁ ଠକି ଚାଲିଥାନ୍ତି

ବିଭିନ୍ନଲୋଭ ଦେଖାଇ l


ଦୋକାନ ବଜାରେ ଲୋକଙ୍କୁ କହନ୍ତି 

ଦୁଇଟିରେ ଏକ ଛାଡ଼,

କିଣି ନେଲା ପରେ ଲୋକସିନା ବୁଝେ 

ଠକିବା ଉପାୟ ବଡ଼ l


ସୁନ୍ଦର ରୂପ ର ମାୟା ଜାଲରେ

ପଡିବା ଉଚିତ ନୁହେଁ,

ବାହାର ସୁନ୍ଦର ଅନ୍ତରେ ତାହାର

ବିଷ ଭରା ହୋଇଥାଏ l


ମାଗଣା ଭୋଗ ର ମାୟା ମିରିଗରେ

ଭୂଲନ୍ତି ଭୋଟର ମାନେ,.

ନିର୍ବାଚନ ରଣ ଜିତିଗଲା ପରେ 

ନଚିହଁନ୍ତି ତାଙ୍କୁ ଦିନେ l


ଭୋଟ ପାଇଁ ଏବେ ଲୋଭକୁ ଦେଖାନ୍ତି

ଯୋଜନା କେତେଯେ କରି,.

 ଯୋଜନାକାଗଜ ଭିତରେ ରୁହଇ

ମାୟା ମରୀଚିକା ପରି ll


ମାୟା ମିରିଗ ସ୍ୱରୂପ ଅଟଇ

ସବୁଠାରେ ଭିନ୍ନ ଭିନ୍ନ,

 ଏଣୁ ହେ ମାନବ ବଶ ହୁଅନାହିଁ

ଦୃଢ଼ କର ନିଜ ମନ


Rate this content
Log in

Similar oriya poem from Inspirational