Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

4  

Niranjan Mishra

Inspirational

ଅଭିମାନ

ଅଭିମାନ

1 min
306



କିଏ କାହା ପାଇଁ କରେ ଅଭିମାନ

ନହୋଇ ଥୁଲେ ନିଜର 

ନିଜ ଲୋକ ପାଇଁ ଅଭିମାନ କଲେ

ସମ୍ପର୍କ ହୁଏ ମଧୁର ।


ଅଭିମାନିନୀ ସେ ରାଧିକା ସାଜିଲେ

କୃଷ୍ଣଙ୍କର ପ୍ରେମ ପାଇଁ 

ନିିବିିଡ ମଧୁର ସମ୍ପର୍କ ହୋଇଲା

ନଜାଣିଛ କହ କେହି ।


କୃଷ୍ଣଙ୍କ ଉପରେ ଅଭିମାନ ଦିନେ

କରିଥିଲେ ଗୋପ ଗୋଈ 

ଚନ୍ଦନ ସମାନ ହେଲେ ତ ସେମାନେ

ତାଙ୍କ ସମ କେବା ହୋଇ ।


ଅଭିମାନେ ପ୍ରେମ ବଢେ ନିରନ୍ତର

ନାହିଁ ଏଥିରେ ସନ୍ଦେହ 

ଅଭିମାନ କଲେ ପ୍ରଭୁଙ୍କ ପାଖରେ

ତୁଟିଯିବ ମାୟା ମୋହ ।


ପ୍ରଭୁଙ୍କର ମୁହିଁ ପ୍ରଭୁ ମୋ ନିଜର

ଏ ଭାବନା ଦୃୃଢ କର 

ତାଙ୍କରି ପ୍ରେମରେ ବୁଡି ନିରନ୍ତର

ଅଭିମାନ କଲେ କର ।


ଅଭିମାନ ତୁମ ନିଶ୍ଚେ ହେବ ଦୂର

ଡୁବିବ ପ୍ରେମ ଜଳରେ

ଦିନୁଁଦିନ ତୁମେ ହେବ ଅଗ୍ରସର

ପ୍ରେମାସ୍ପଦ ପୀରତିରେ ।


ଭକତର ଅଭିମାନ ଭଗବାନ

କେବେ ନପାରନ୍ତି ସହି 

ଜଗନ୍ନାଥଙ୍କର ରଥ ଅଟକିଲା

ଭକ୍ତ ସାଲବେଗ ପାଇଁ ।


ବଳରାମ ଦାସ ମହୋଦଧି ତୀରେ

ଗଢିଥିଲେ ବାଲିରଥ 

ତାଙ୍କ ଅଭିମାନ ଦେଖି ସେ ରଥରେ

ବିଜେ କଲେ ଜଗନ୍ନାଥ ।


ଅଭିମାନ ମୋର ଦରଶନ ଦେବ

ହୃଦେ ମୋ ହୃଦଠାକୁର 

ଧନ ମାନ କିଛି ଲୋଡା ନାହିଁ ମୋର

ଏହି ଅଳି ଶ୍ରୀପୟର ।


Rate this content
Log in

Similar oriya poem from Inspirational