Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ବାଲିରେଣୁ ମହାବନ୍ଧ

ବାଲିରେଣୁ ମହାବନ୍ଧ

1 min
248



ବାଲିରେଣୁ ମହାବନ୍ଧ ସୁଜନେ ହେ

      ବାଲିରେଣୁ ମହାବନ୍ଧ

ଅସାର ସଂସାର ବାଲୁବନ୍ତ ପରେ

      ବାନ୍ଧିଅଛି ସେତୁବନ୍ଧ l


ଜଗତେ ବାରତା ଜଗତ କରତା

       ମନ୍ଦ ମନ୍ଦ ମକରନ୍ଦ

ଇନ୍ଦ୍ର ଦ୍ୱନ୍ଦ୍ୱ କଲି ଶିଳା ବରଷିଲି

    ଦିନେ ନଭଜି ଗୋବିନ୍ଦ l


ଗାନ୍ଧାରୀ ହୋଇଲି ଗାନ୍ଧାର ଗାଇଲି

      ଚକ୍ଷୁ ପଟି ମନେ ଦ୍ଵନ୍ଦ୍ୱ

ଷଢ଼ଅରି ପାଳି ପୁତ୍ର ସ୍ନେହେ ଭୁଲି

       କହେ ଧୃତରାଷ୍ଟ୍ର ଅନ୍ଧ l


କୁନ୍ଦ କୁନ୍ଦେ କୁନ୍ଦା ନାମ ମୋ ମକୁନ୍ଦା

       ଧାକୁନ୍ଦା ମୁହିଁ ଜନ୍ମାନ୍ଧ l

ମାତୃଗର୍ଭୂ ପଡ଼ି ପାଶୋରିଲି ହରି

      ଦୟା କର ଆଦିକନ୍ଦ l


ଆହେ କଳାମୁଖ ନୋହିବ ବିମୁଖ

       ବନ୍ଦେ ଚରଣାରବିନ୍ଦ

ସିନ୍ଧୁ ଜେମାପତି ଶ୍ରୀମତୀ ଶ୍ରୀପତି

      ମୁହିଁ ଅପରାଧୀ ମନ୍ଦ l


ଜୟ ବୃନ୍ଦାରଣ୍ୟ ଗିରି ଗୋବର୍ଦ୍ଧନ

     ଗୋପୀ ମଣ୍ଡି ବୃନ୍ଦ ବୃନ୍ଦ

ଜୟ ଜୟ ହରି ମାଧବ ମୁରାରୀ

   ଜୟ ଶ୍ରୀରାଧେ ଗୋବିନ୍ଦ l


Rate this content
Log in

Similar oriya poem from Inspirational