Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Inspirational

3  

Panchanan Jena

Inspirational

ଅମୃତ ଉତ୍ସବ

ଅମୃତ ଉତ୍ସବ

1 min
200



ଅମୃତ ଉତ୍ସବ ସ୍ଵାଧିନତାର 

ଚରଖା ଅରଟ ଖଦିର ଚମତ୍କାର

ଦିଲ୍ଲୀ ଚାଲ ର ଉଦ୍ଦାମ ଚିତ୍କାର

ଇନ୍‌କଲାବ ଜିନ୍ଦାବାଦ୍ ର ସମୂହ ସତ୍‌କାର ।


କୋଟି କୋଟି ବୀର-ବୀରାଙ୍କ ବଳିଦାନ

ହସି ହସି ଫାଶିଖୁଣ୍ଟ ଚୁମ୍ବନ

ଫିରିଙ୍ଗି ଶାସନ ବିରୁଦ୍ଧେ ଯୁଦ୍ଧ ସମନ

ସବୁ ନାଗରିକ ଜଣେ 

ଜଣେ ସମର୍ଥ ସୈନ୍ୟ ।


ବିତିଗଲାଣି ୭୫ ବର୍ଷ 

ଚାଲିଗଲାଣି ଦୀର୍ଘ ଅବଧିର ୭୫ ବର୍ଷ

ହର୍ଷ - ବିମର୍ଷ ରେ

କୁଶଳ- ମଙ୍ଗଳରେ

ଜିନ୍ଦାବାଦ - ମୂର୍ଦାବାଦରେ ।


ସ୍ଵାଧିନ ହେବାର ଲାଳସା

ସ୍ଵତନ୍ତ୍ର ହେବାର ବଚସା

ଆଜି ବି କରେ ବଳିୟାନ ମହିୟାନ

ଦେଦୀପ୍ଯମାନ ଜାଜ୍ୱଲ୍ୟମାନ ।


ଆମେ ରହୁ ବା ନରହୁ

ଆମେ ବଞ୍ଚୁ ବା ନ ବଞ୍ଚୁ

ଗୌରବ ସୌରଭ ବିଭବ

ଅକ୍ଷୂର୍ଣ୍ଣ ଅଖଣ୍ଡ ଅତୁଲ୍ଯ ।


ରହିବ ଆମର 

ଆମ ସମସ୍ତଙ୍କର ପ୍ରୀୟ

ସ୍ୱପ୍ନର ଭାରତ ବର୍ଷ ।


Rate this content
Log in

Similar oriya poem from Inspirational