STORYMIRROR

Puspanjali Panda

Inspirational

3  

Puspanjali Panda

Inspirational

ବିଶ୍ୱ ମଙ୍ଗଳ

ବିଶ୍ୱ ମଙ୍ଗଳ

1 min
180

ଚାହେଁ ନାହିଁ ମୁଁ ପ୍ରେମରେ ପ୍ରେମରେ

ହାରିବାକୁ ସବୁ କିଛି

ପ୍ରେମରେ ପ୍ରେମରେ ଜିତିବାର ଇଛା

ମନରେ ଘର କରିଛି।


ଶାନ୍ତି ସୌହାର୍ଦ୍ଦ୍ୟ ରେ ବିଶ୍ୱ ରେ ବାଣ୍ଟିବି

ଭାତୃତ୍ୱର ମିଠା ସ୍ୱାଦ

ରଙ୍ଗ ବୋଳିଦେବି ଭାଇଜାନ୍ ମୁହେଁ

ଭୁଲିଯାଇ ଜାତି ଭେଦ।


ହସରେ ହସରେ ପ୍ରେମର ଫାଶରେ 

ଜଣକୁ ବାନ୍ଧିଵି ନାହିଁ

ପ୍ରିତୀ ର ପସରା ହେଉ ମୋ ଆସରା

ବିଶ୍ୱ ମଙ୍ଗଳ ପାଇଁ।


ପ୍ରେମ ପର୍ବ ହେଉ ମୁଁ ତ୍ୱ ରହିତ

ସର୍ବ ସୁଖ ଫଳ ଦେଉ

ପ୍ରେମରେ ପ୍ରେମରେ ଅନ୍ୟ କୁ ଜିତିବା

ତ୍ୟାଗ ମହନୀୟ ହେଉ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational