ବୃକ୍ଷ, ବନ୍ଧୁ ପରି ବନ୍ଧୁଟିଏ
ବୃକ୍ଷ, ବନ୍ଧୁ ପରି ବନ୍ଧୁଟିଏ
ବୃକ୍ଷ
ପ୍ରକୃତିର ଏକ ଅବିଛେଦ୍ୟ ଅଙ୍ଗ
ଜୀବସତ୍ତାର ଏକ ଦୁର୍ମୁଲ୍ୟ ମହୋଷଧି
ସୃଷ୍ଟିର ବୈଚିତ୍ର ଭିତରେ ଏକ ବିସ୍ମୟ ଅଭିବ୍ୟକ୍ତି
ପ୍ରକୃତି ଆଉ ପରିବେଶର ଏକ ପରମ ବୈଭବ
ଏ ସମଗ୍ର ଜୀବଜଗତର ପରମ ମିତ୍ର
ଆକର୍ଷଣର ଏକ ଅମୀୟ ଅନୁଭୂତି
ସ୍ମୃତିର ମାନସପଟରେ ଲିପିବଦ୍ଧ ତା'ର ଗାଥା
ମାନବଜାତିର ନିଃସ୍ୱାର୍ଥ ସେବକଟିଏ
ଜୀବଜଗତର ସତ୍ତା ଆଉ ଅସ୍ତିତ୍ୱର ଚରମ ନିଦର୍ଶନ
ପ୍ରକୃତି ଆଉ ପରିବେଶର ଏକ ଅମୂଲ୍ୟ ସମ୍ପଦ
ଅନନ୍ୟ ତା'ର ଅବଦାନ
ଭିନ୍ନ ଭିନ୍ନ ନାମର ସମ୍ବୋଧନରେ ସେ ମହିମାମଣ୍ଡିତ
ଜନ ମାନସର ସମ୍ବୋଧନରେ
ସେ କେତେବେଳେ ବୃକ୍ଷ ତରୁ ପାଦପ ବନସ୍ପତି ଦ୍ରୁମ ମହୀରୁହ ବିଟପୀ ଆଉ ଗଛର ପରିଚୟରେ ସ୍ୱୟଂ ଅଭିନନ୍ଦିତ
ଇତିହାସ ତାର ଯେତିକି ପ୍ରଶସ୍ତ ସେତିକି ଅବିସ୍ମର ଆଉ ରହସ୍ୟମୟ
ବୃକ୍ଷ ବନ୍ଧୁ ପରି ବନ୍ଧୁଟିଏ
ସମଗ୍ର ମାନବଜାତି ତଥା ଏ ଜୀବଜଗତର ପ୍ରାଣସ୍ପନ୍ଦନ
କ
ିଛି ଆଶା ଆଉ କିଛି ପରିଭାଷାର ଏକ ମଧୁର ସ୍ମୃତି
ପଶୁ ପକ୍ଷୀ କୀଟ ପତଙ୍ଗ ସଭିଙ୍କର ଆଶ୍ରୟସ୍ଥଳୀ ଏଇ ବୃକ୍ଷ
ତା'ର ଅମ୍ଳଜାନ ତା'ର ଫୁଲ ଫଳ ଏ ଜୀବଜଗତକୁ ଦେଖାଇଛି ବଞ୍ଚିବାର ଏକ ପ୍ରଶସ୍ତ ମାର୍ଗ
ପ୍ରକୃତି ଆଉ ପରିବେଶର ସୁରକ୍ଷାରେ ମୃତ୍ତିକା ସଂରକ୍ଷଣର ଦାୟିତ୍ୱବୋଧକୁ ପରିପାଳନ କରିବା ଭିତର ଦେଇ ସେ ସୃଷ୍ଟି କରିଛି ଏକ ଅନନ୍ୟ ପରିଚୟ
ମନ୍ଦ ସମୀରଣର ହିଲ୍ଲୋଳରେ ସେ ଭରିଦେଇଛି ଶାନ୍ତିର ଆଶ୍ୱାସନା
ନିଦାଘର ପ୍ରଚଣ୍ଡ ରୌଦ୍ରତାପକୁ ସହ୍ୟ କରି ସେ ଢ଼ାଳିଦେଇଛି ତା'ର ଅବାରିତ ଛାଇ ଏଇ ସମଗ୍ର ଜୀବଜଗତ ଉଦ୍ଦେଶ୍ୟରେ
ତା'ର ମଧୁ ହିଲ୍ଲୋଳରେ ବୃଷ୍ଟି ଏଠି ନୃତ୍ୟରତା ଆଉ ନିୟନ୍ତ୍ରିତ
ତେଣୁ ତା'ର ବିକଳ୍ପ ନାହିଁ
ତା'ର ପଟାନ୍ତର ନାହିଁ
କାରଣ
ମେଘରୁ ବୃଷ୍ଟି ବୃଷ୍ଟିରୁ ଅନ୍ନ
ଆଉ ଏଇ ଅନ୍ନରୁ ହିଁ ଏ ସମଗ୍ର ପ୍ରାଣୀଜଗତର ଉତ୍ପନ୍ନ
ତେଣୁ ବୃକ୍ଷ ଆମର ବନ୍ଧୁ, ଆମର ପରମ ମିତ୍ର
ତା'ର ସୁରକ୍ଷା ଆମମାନଙ୍କର ତଥା ଏ ସମଗ୍ର ମାନବଜାତିର ଦାୟିତ୍ୱ l