STORYMIRROR

Kishore Nayak

Inspirational

3  

Kishore Nayak

Inspirational

ଅନିନ୍ଦ୍ୟ ପୃଥିବୀ

ଅନିନ୍ଦ୍ୟ ପୃଥିବୀ

1 min
229

ପୃଥିବୀ  

ଏକ ବିସ୍ମୟ ଭୂଖଣ୍ଡ 

ସୃଷ୍ଟିର ସରଂଚନାରେ କାହିଁ କେଉଁ ଅର୍ବୁଦ ଅର୍ବୁଦ କାଳରୁ ଆବିଷ୍କୃତ ତାର ପ୍ରାଣପିଣ୍ଡ 

ମାଟି ପାଣି ପବନ ଆଉ ଆଲୋକ ସଂଶ୍ଳେଷଣର ଜୈବିକ ପ୍ରକ୍ରିୟାରେ ଏଠି ଜୀବନର ଉନ୍ମେଷ ଘଟିଛି 

ସଜୀବ ଆଉ ନିର୍ଜୀବ ବସ୍ତୁର ପ୍ରକାର ଭେଦରେ 

ସୁପ୍ତ ଆଉ ଜାଗ୍ରତର ଅଭ୍ୟୁଥାନରେ ଏ ଜୀବଜଗତର ସୃଷ୍ଟି 

ପ୍ରକୃତି ଆଉ ପରିବେଶର ନିବିଡ଼ ସଂସର୍ଗରେ 

ବିବର୍ତ୍ତନ ବାଦର ବଂଶାନୁକ୍ରମକୁ ନେଇ ଏ ପୃଥିବୀ ତା'ର ଅସ୍ତିତ୍ୱକୁ ବଜାୟ ରଖିଛି 

ମନୁଷ୍ୟ ଜୀବ-ଜନ୍ତୁ କୀଟ-ପତଙ୍ଗ ବୃକ୍ଷ-ତରୁ-ଲତାର ଏକ ସ୍ୱୀୟ ଆବାସ ସ୍ଥଳୀ ହେଉଛି ଏଇ ଅନିନ୍ଦ୍ୟ ପୃଥିବୀ 

ଜୀବମଣ୍ଡଳ ଆଉ ଜଳମଣ୍ଡଳର ଏକ ବାସ୍ତବ ରୂପାୟନ ହେଉଛି ଏଇ ଅନିନ୍ଦ୍ୟ ପୃଥିବୀ 

ଯେଉଁଠି ଜୀବନ ତା'ର ଅସ୍ତିତ୍ୱର ସମ୍ଭାବନାକୁ ପ୍ରତିପାଦିତ କରିପାରିଛି 

ଏଇ ପୃଥିବୀ  

ଏକ ବିସ୍ମୟ ଅଭିବ୍ୟକ୍ତି 

ସୌରମଣ୍ଡଳର ଏକ କଠିନ ଗ୍ରହ 

ନୀଳ ଗ୍ରହ ସଂସାର ବିଶ୍ୱ ଧରଣୀ ଧରିତ୍ରୀ ବସୁଧା ବସୁନ୍ଧରା କ୍ଷିତି ବିଶ୍ଵମ୍ଭରା ମହୀ ମେଦିନୀ ବସୁମତୀ ଧରା ଭୂମଣ୍ଡଳ ଅବନୀ ରସା ବିପୁଳା ଶ୍ୟାମା ଏପରି ଅନେକ ନାମରେ ତା'ର ପରିଚୟ

ବିସ୍ତୃତ ଜଳରାଶି ଆଉ ନିଘଞ୍ଚ ବନାନୀର ମୁକ୍ତ ପରିବେଷ୍ଟନୀରେ ଆଚ୍ଛାଦିତ ଏଇ ପୃଥିବୀ 

ଅନିନ୍ଦ୍ୟ ତା'ର ରୂପଚାତୁରୀ 

ବିସ୍ମୟ ତା'ର ଅଭିବ୍ୟକ୍ତି 

ସୂର୍ଯ୍ୟ ଚନ୍ଦ୍ର ନକ୍ଷତ୍ର ଆଉ ଗ୍ରହାଣୁପୁଞ୍ଜର ବଳୟକୁ ଭେଦ କରି ଏ ପୃଥିବୀ ତା'ର ଆଗେଇ ଚାଲିଛି ବିବର୍ତ୍ତନ ପଥରେ 

ସୃଷ୍ଟିର ସ୍ରଷ୍ଟାଙ୍କୁ କୃତଜ୍ଞତାର ଅଭ୍ୟର୍ଥନା ଜ୍ଞାପନ କରି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational