STORYMIRROR

Kalandi pal

Inspirational

3  

Kalandi pal

Inspirational

ସର୍ବ ଶିକ୍ଷା ଅଭିଯାନ

ସର୍ବ ଶିକ୍ଷା ଅଭିଯାନ

1 min
271


ଛତୁ ଫୁଟା କାଠ ନିଶ ଉଠା ପାଠ

    କହନ୍ତି ବିଦୂଷ ଜନେ.

ନିରକ୍ଷରତାରୁ ସ୍ଵାକ୍ଷରତା ଫଳ

     ଦସ୍ତଖତର ସମ୍ମାନେ।


ସର୍ବଶିକ୍ଷା ଅଭିଯାନରେ ସାମିଲ

    ଲକ୍ଷ ଲକ୍ଷ ଶିକ୍ଷା ଦାତା.

ଯେଉଁ ଅଶିକ୍ଷିତ ପାଇଁ ସର୍ବେ ବ୍ୟସ୍ତ

    ଆଜି ବି ସେ ଅଶିକ୍ଷିତା ।


ମଧ୍ୟାହ୍ନ ଭୋଜନ ମାଗଣା ବସନ

    ଅଣ୍ଡା ତରକାରୀ ବାସେ.

ଶିକ୍ଷା ମାନଦଣ୍ଡ ପରାଜିତ କାଣ୍ଡ

    ସଦୃଶ ତାହାର ପାଶେ ।


ଅଭାବ ତାହାର ଥାଏ ନିରନ୍ତର

   ଘରର ପାଇଟି ଭଲ.

ଛେଳି ମେଣ୍ଢା ଜଗେ ଅଭାବର ଲାଗେ

    ବୁଝେ କି ଶିକ୍ଷାର ମୁଲ ।


ସର୍ବଶିକ୍ଷା ଅଭିଯାନର ଯୋଜନା

    ହୁଅନ୍ତି ଶିକ୍ଷାର୍ଥୀ ଖୋଜା.

ବହିପତ୍ର ସବୁ ଆଲମିରା ଥାକରେ

    ସଜ୍ଜା ହୋଇ ପାଏ ପୂଜା ।


ଶିକ୍ଷକ ଅଭାବ ପାଞ୍ଚଟି ଶ୍ରେଣୀକୁ

    ଜଣେ ଥାଏ ଜଗୁଆଳ.

ତାସାଥେ ରୋଷେଇ ଜନଗଣନାକୁ

    ଆଉ କାମ କେତେ ତାର ।


ଖାତା ଗଢ଼ା ଯାଏ ନାମ ଲେଖା ଯାଏ

    ଶ୍ରେଣୀରେ ନ ଥାନ୍ତି ପିଲା.

ଅଣ୍ଡା ଦିଆ ଯାଏ ସପ୍ତାହକେ ଥରେ

    ସେହି ଦିନ ହଲ୍ଲାଗୋଲା ।


ପେଟ ପୋଡ଼ିଗଲେ ଶିକ୍ଷା କେ ଦେଖୁଛି

    ବଡ଼ ହୁଏ କର୍ମ ତାର.

ନା ବାଳକ ଶିଶୁ କର୍ମେ ହୁଏ ରତ

    ପୋଷିବାକୁ ତା ସଂସାର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational