Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Inspirational

3  

Pranati Mahapatra

Inspirational

ଶ୍ରୀପଦେ ଶରଣ

ଶ୍ରୀପଦେ ଶରଣ

1 min
135



ଶ୍ରୀପଦେ ଶରଣ ଗଲି ନାରାୟଣ

ଧରା ଲଭୁ ଶାନ୍ତି ଜାଣ,

ଦୁଃଖ ରୋଗ କ୍ଲେଶ ନ ଛୁଉଁ କାହାକୁ

ଏହି ମୋର ନିବେଦନ,

ପୂରିଗଲେ କାଳ ନେଉ ଜନ୍ତୁରାଣ

ଆୟୁଷ ଯେତିକି ସେ କାଳାତିପାତ 

କଟୁ ଶାନ୍ତିରେ ତା ଦିନ।


ହିଂସା ବାଦ ରାଗ ରୋଷ ଅହଂକାର

ଦେଖି ହୃଦ ଯେ ପାଷାଣ,

ସ୍ଵାର୍ଥେ ହୋଇ ଅନ୍ଧ ଅବିବେକୀ ପଣେ

ନ ଚିହ୍ନେ ସେ ପରିଜନ,

ବିକାଶ ନା ବିନାଶର ଆମନ୍ତ୍ରଣ

ଜ୍ଞାନୀ ମାନୀ ଧନୀ ନିଜକୁ ନିଜେ ସେ

ସଗର୍ବରେ ବୋଲାଇଣ।


ଦୁର୍ଲ୍ଲଭ ଜନମ ନେଇ ଆସୁରିକ ଭାବ

ବଳବତ୍ତର ଜୀବନ,

ଗୁରୁ ଗୁରୁଜନ ହିତବାଣୀ ଲାଗେ

କଣ୍ଟକିତ ସମ ବଣ,

ଦିଅ ମନୁଷ୍ୟ ଦେହେ ଦିବ୍ୟଜ୍ଞାନ

ଆହେ ନାରାୟଣ ଘେନ ନିବେଦନ

ଶାନ୍ତି ଲଭୁ ଜନପ୍ରାଣ।

ଶ୍ରୀପଦେ ଗଲି ଶରଣ।


Rate this content
Log in

Similar oriya poem from Inspirational