STORYMIRROR

Prasanna kumar sahu

Inspirational

3  

Prasanna kumar sahu

Inspirational

ମୋ ଜୀବନ

ମୋ ଜୀବନ

1 min
156

ଦେଇ ଅଛ ପ୍ରଭୁ ମଣିଷର ଜନ୍ମ

ଶ୍ରେଷ୍ଠ ଜୀବନ ଏ ସଂସାରେ

ରଖିବି ନିଶ୍ଚିତ

ଉଦ୍ଦେଶ୍ୟ ତୁମ୍ଭର

ସ୍ମରଣ କରିଣ ହୃଦରେ।

ଉତ୍ତମ ଚିନ୍ତନ

ଉତ୍ତମ କରମ

ସଦା ମୁହିଁ କରି ରହିବି 

ମରଣ ପଛନ୍ତେ

ଲୋକେ ଝୁରି ହେବେ

ଏହି ପ୍ରତିଶ୍ରୁତି ରଖିବି।

ନିଜ ସ୍ୱାର୍ଥ କଥା ଚିନ୍ତିବି ନାହିଁ ଯେ

ସମାଜ ସ୍ୱାର୍ଥରେ ରହିବି

ସଦା କର୍ମ ପଥେ

ତତ୍ପର ହୋଇଣ

ଆଗକୁ ଆଗକୁ ବଢ଼ିବି।

ନିନ୍ଦା ଅପବାଦ

ଆସୁ ପଛେ ଯେତେ

ତାକୁ କିଆଁ ମୁହିଁ ଡରିବି

ବିବେକକୁ ପୁଛି

ସଂସାର ମଧ୍ୟରେ

ମୋର କାର୍ଯ୍ୟ ଧାରା କରିବି।

ପିତା ମାତା ଆଉ ଗୁରୁମାନଙ୍କର

ସଦା ଟେକ ମୁହିଁ ରଖିବି

ତାଙ୍କରି ପାଦକୁ

ଅନୁସରି ମୁହିଁ

ଆଗକୁ ଆଗକୁ ବଢ଼ିବି 

କିଏ କେତେ କଥା

କହିବେ ସଂସାରେ

ସେଥିରେ ମୁଣ୍ଡ ନ ଖାଟିବ

ମୋତେ ଯେ ପ୍ରେରିତ

ବିଶ୍ଵ ନୀୟନ୍ତାଙ୍କ

ଉଦ୍ଦେଶ୍ୟ ପୂରଣ ହୋଇବ।



Rate this content
Log in

Similar oriya poem from Inspirational