ପରାମର୍ଶ
ପରାମର୍ଶ
ଶରୀର ସୌନ୍ଦର୍ଯ୍ୟ ନୁହେଁ ସ୍ମରଣୀୟ
କିୟତ୍ କାଳ ସୁଖମୟ
ସୁଗୁଣ ସ୍ବଭାବ ସ୍ଥାୟି ରୂପ ନେଲେ
ସଭିଙ୍କ ଆଦର ପ୍ରିୟ ।
ଯୌବନ ସୌନ୍ଦର୍ଯ୍ୟ ସ୍ନେହ ପ୍ରୀତି ଭରା
ହୁଅଇ ଉନ୍ମାଦ ଗ୍ରସ୍ତ
ଜୀବନ ଯାପନ ପ୍ରଣାଳି ସ୍ବଚ୍ଛନ୍ଦ
ସ୍ବ ଇଚ୍ଛାରେ ମଦମତ୍ତ ।
ଅନ୍ତର ଆତ୍ମାରେ ଆବାହନ କର
ଅନନ୍ତ ଅଚ୍ୟୁତ ଆଦି
ଅପାର ଆନନ୍ଦ ଅଚିରେ ଲଭିବ
ଅବୟବ ହେବ ଶାନ୍ତି ।
କର୍ମ ହିଁ ଜୀବନ କର୍ମ ମହତ ଧନ
କର୍ମ ଯୋଗୁ ପରିଚୟ
କରମେ ସହାୟ କରୁଣାକରଙ୍କ
ପଦେ ରଖିଥାଅ ଲୟ ।
ଧରମେ ଚାଳିତ ଧରାଧାମ ଏହି
ଧାରଣ କରିଛି ପ୍ରେମ
ଧରାଶାୟୀ କେବେ ନ ହୁଅ ମାନସ
ଧରମରେ ରଖ ଧ୍ୟାନ।
ଗୁରୁ ଗୁରୁଜନେ ଭକ୍ତି ଅର୍ଘ୍ୟ ଢାଳ
ଲଘୁ ଜନେ ସ୍ନେହ ପ୍ରୀତି
ଗର୍ବ ଓ ଗାରିମା ତ୍ୟାଗ କର ବାବୁ
ପ୍ରଭୁ ପଦେ ରହୁ ମତି ।
ପ୍ରତିତ୍ମନମତି ଯୁବକମାନେ ହେ
ଘେନ ମୋର ପରାମର୍ଶ
ବଂଚିଥିବାଯାଏଁ ଲଭିବ ଆନନ୍ଦ
ପାପ ହେବ ନାହିଁ ସ୍ପର୍ଶ ।
