ଏ ଫୁଲ କହନା,ନ କରି ବାହାନା------
ଏ ଫୁଲ କହନା,ନ କରି ବାହାନା------
ଏ ଫୁଲ କହନା,ନକରି ବାହାନା,
କୋଉଠୁଁ ଆଣିଲୁ ଏତେ ତ ବାସନା,
ମହମହ ବାସରେ ଚହଟାଇଦେଉ,
ସାରା ଅଗଣା,ସାରା ଅଗଣା।
ଏ ଫୁଲ କହନା,ନକରି ବାହାନା
କୋଉଠୁଁ ଆଣିଲୁ ଏତେ ସୁନ୍ଦରତା,
କାହିଁକି ତୋଠି ଥାଏ ଏତେ ସ୍ନିଗ୍ଧତା,
ଯିଏ ଦେଖେ ତତେ କାହିଁକି ହୁଏ ବିମୋହିତା ।
ଏ ଫୁଲ କହନା,ନକରି ବାହାନା,
କୋଉଠୁଁ ଆଣିଲୁ ଏତେ ଭାବନା,
ସେ ଭାବନା ରେ ପଡ଼ିଲେ ଥରେ,
ଭୁଲି ହୁଏନା ତତେ ଭୁଲି ହୁଏନା।
ଏ ଫୁଲ କହନା,ନକରି ବାହାନା,
କୋଉଠୁଁ ପାଇଲୁ ଏତେ ନରମତା,
ସ୍ୱର୍ଶ ତୋର ଏତେ ନମନୀୟତା,
ଛୁଇଁଲେ ହୃଦୟରେ ଆସେ କୋମଳତା।
ଏ ଫୁଲ କହନା, ନକରି ବାହାନା,
କେଉଁଠୁ ଆଣିଲୁ ଏତେ ପବିତ୍ରତା,
କୋଉଠୁଁ ଆଣିଲୁ ଏତେ ସ୍ୱଚ୍ଛତା,
ସେ ପବିତ୍ରତା ପାଇଁ,
ପ୍ରଭୁ
ମୁଣ୍ଡେ ରହିଲୁ ଯାଇ,
ତୁ ତା ଅଙ୍ଗ କରୁ ,
ସୁଶୋଭିତା, ସୁଶୋଭିତା,
ତତେ ଅଙ୍ଗେ ଲଗାଇ,
ସେ ହୁଏ ଆନନ୍ଦିତା,ଆନନ୍ଦିତା।
ଏ ଫୁଲ କହନା, ନକରି ବାହାନା,
କୋଉଠୁଁ ଆଣୁଛୁ ଏତିକି ଗୁଣ,
ମତେ ବି ଟିକେ ଦେ ତୋରି ଜ୍ଞାନ,
ହୋଇବି ଫୁଲ,ସେବିବି ପ୍ରଭୁ,
ପଦ୍ମଚରଣ,ପଦ୍ମଚରଣ,
କରି ଜଣାଣ, କରି ଜଣାଣ,
ଅଙ୍ଗ ତା ଲାଗିଲେ,
ସାର୍ଥକ ହେବ ମୋର ଜନମ।
ଏ ଫୁଲ କହନା,ନକରି ବାହାନା,
ସତ କରିଦେ ମୋର ମନ କାମନା,
ଜାଗ୍ରତ ହେଉଥିବା ମୋର ବାସନା,
ତୋ ପରି ମତେ ବି ଟିକେ କରନା,
ଦେଇ ତୋର ଭାଵ ର ଭାବନା,
ସେ ଭାବନା ସ୍ନେହରେ ବାନ୍ଧି ରଖିବି,
ଏ ସଂସାର ଅଗଣା,ଏ ସଂସାର ଅଗଣା,
କହି ଦେ କହି ଦେ ମୋ ଫୁଲ ସୁନା,
ନକରି ବାହାନା, ନକରି ବାହାନା।
,