ଅଭିମାନ
ଅଭିମାନ
ସବୁ ମତେ ଦେଇ ପାଖେ କିଛି ନାହିଁ
ବଞ୍ଚୁଅଛି ଶୂନ୍ୟ ଜୀବନ।
ଏମିତି ଜୀବନ ଦେଲ କାହିଁ ଜାଣ
ଭୋଗେ ନିତି ମୃତ୍ୟୁ କଷଣ।
ନେଲ ଜ୍ଞାନଗୁଣ ନେଲ କର୍ମ ଧ୍ୟାନ
ଧନ ମାନ ମୋର ସମ୍ମାନ।
ଦୁଃଖକୁ କଲ ମୋ ଚିର ସହଚର
କେମିତି ଦେଲ ଏ ଜୀବନ?
ଯାହା କରିବାକୁ ଚାହେଁ ନାହିଁ ମନ
ବିବେକ କରଇ ଯାହାକୁ ବାରଣ
କରିଲି ତାହା ମୁଁ କହିଲି ବି ତାହା
ନିନ୍ଦାକୁ କରିଲି ଚନ୍ଦନ।
କହ ପ୍ରଭୁ ଆଜି ପଚାରେ ତୁମକୁ
ଏ ଦଣ୍ଡ କି ଦୋଷ କାରଣ?
ଝରେ ଆଜିମୋର ଏତେ ଅଶ୍ରୁଧାର
ତୁମ ଆଶ୍ରେ ଥାଇ ଏ ମନ।
ତୋତେ ଯଦି ଧ୍ୟାୟୀ ଏତେ ସରି ହେଲି
କାହିଁକି କରିବି ପୂଜନ।
ପ୍ରଭୁ କାହିଁକି ଗାଇବି ଜଣାଣ?