STORYMIRROR

Kunja Bihari Dalai

Inspirational

3  

Kunja Bihari Dalai

Inspirational

ଭଂଗା ପଥୁରି

ଭଂଗା ପଥୁରି

1 min
180

ପୁଅ ବୋହୂ ନାତି ଛୋଟିଆ ସଂସାର

ରହନ୍ତି ଗୋଟିଏ ଘରେ 

ପତ୍ନୀ ସ୍ୱର୍ଗବାସୀ ହେବା ଦିନୁ ବୁଢ଼ା

ଦୁଃଖ କହିଲେ ନସରେ।


ଖାଇବାକୁ ମିଳେ ଦୁଇଥର ଯାହା

ନକହିବା ହେବ ଭଲ 

ପୋଡ଼ା ରୁଟି ସାଥେ ଗୁଡ଼ ଟିକେ ଜନ୍ଦା

ହେଉଥିବେ ସଲସଲ।


ଭଂଗା ପଥୁରିଟେ ଅଛି ବୁଢ଼ା ପାଶେ

ଦିଅନ୍ତି ଖାଦ୍ୟ ସେଥିରେ 

କୁକୁର ପାଇଁକା ପରଷନ୍ତି ଖାଦ୍ୟ

କଂସା ବାସନେ ଯତ୍ନରେ।


ନାତିଟିର ଜେଜେ ଅତି ଆପଣାର

ନିତି ବସେ ଜେଜେ ପାଶେ  

ଆକଟ କରନ୍ତି ବାପାମାଆ ଦୁହେଁ

ଯେମିତି ପାଶେ ନ ଆସେ ।


ଦିନେ ନାତି ବସି ଭଂଗା ପଥୁରିକୁ

ସଫା କରୁଥାଏ ଯତ୍ନେ 

ବାପା ମାଆ ଏବେ ପଚାରନ୍ତି ପୁଅ

ଏମିତି କରିବା ମାନେ ?


ପୁଅ କହେ ଯତ୍ନ ନନେଲେ ଏହାର

ତୁମେ ହେଲେ ବୁଢ଼ା ବୁଢୀ 

ଖାଇବା ତୁମର ସେତେବେଳେ ମୋ ସ୍ତ୍ରୀ

କେଉଁଥିରେ ଦେବ ବାଢ଼ି ?


ବାପା ମାଆ ଦୁହେଁ ପରସ୍ପର ହେଲେ

ନିଜ ମଧ୍ୟେ ଠରା ଠରି 

ସେହି ଦିନ ଠାରୁ ନେଲେ ବୁଢା ଯତ୍ନ

ଅଲୋଡା ଭଂଗା ପଥୁରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational