ଭଂଗା ପଥୁରି
ଭଂଗା ପଥୁରି
ପୁଅ ବୋହୂ ନାତି ଛୋଟିଆ ସଂସାର
ରହନ୍ତି ଗୋଟିଏ ଘରେ
ପତ୍ନୀ ସ୍ୱର୍ଗବାସୀ ହେବା ଦିନୁ ବୁଢ଼ା
ଦୁଃଖ କହିଲେ ନସରେ।
ଖାଇବାକୁ ମିଳେ ଦୁଇଥର ଯାହା
ନକହିବା ହେବ ଭଲ
ପୋଡ଼ା ରୁଟି ସାଥେ ଗୁଡ଼ ଟିକେ ଜନ୍ଦା
ହେଉଥିବେ ସଲସଲ।
ଭଂଗା ପଥୁରିଟେ ଅଛି ବୁଢ଼ା ପାଶେ
ଦିଅନ୍ତି ଖାଦ୍ୟ ସେଥିରେ
କୁକୁର ପାଇଁକା ପରଷନ୍ତି ଖାଦ୍ୟ
କଂସା ବାସନେ ଯତ୍ନରେ।
ନାତିଟିର ଜେଜେ ଅତି ଆପଣାର
ନିତି ବସେ ଜେଜେ ପାଶେ
ଆକଟ କରନ୍ତି ବାପାମାଆ ଦୁହେଁ
ଯେମିତି ପାଶେ ନ ଆସେ ।
ଦିନେ ନାତି ବସି ଭଂଗା ପଥୁରିକୁ
ସଫା କରୁଥାଏ ଯତ୍ନେ
ବାପା ମାଆ ଏବେ ପଚାରନ୍ତି ପୁଅ
ଏମିତି କରିବା ମାନେ ?
ପୁଅ କହେ ଯତ୍ନ ନନେଲେ ଏହାର
ତୁମେ ହେଲେ ବୁଢ଼ା ବୁଢୀ
ଖାଇବା ତୁମର ସେତେବେଳେ ମୋ ସ୍ତ୍ରୀ
କେଉଁଥିରେ ଦେବ ବାଢ଼ି ?
ବାପା ମାଆ ଦୁହେଁ ପରସ୍ପର ହେଲେ
ନିଜ ମଧ୍ୟେ ଠରା ଠରି
ସେହି ଦିନ ଠାରୁ ନେଲେ ବୁଢା ଯତ୍ନ
ଅଲୋଡା ଭଂଗା ପଥୁରି।