କରିବିନି ରାଜନୀତି
କରିବିନି ରାଜନୀତି
ମୁଁ କରିବିନି ରାଜନୀତି
ଲୋଡ଼ା ନାହିଁ ମୋର ଯଶ ଖ୍ୟାତି ।
ମୁଁ ହେବି ନାହିଁ ରାଜନୀତି ବେଶ
ମୁଁ ହେବି ଖାଲି ସାଧାରଣ ମଣିଷ ।
ଲୋଡ଼ା ନାହିଁ ମୋର ଗାଡି ମଟର
ଲୋଡ଼ା ନାହିଁ ମୋର ବଡ କୋଠାଘର ।
ଲୋଡ଼ା ନାହିଁ ମୋର ମାନ ସନମାନ
କରିଥିବି ମୁହିଁ ସଭିଙ୍କ ସେବା ଯତନ ।
ଲୋଡ଼ା ନାହିଁ ମୋର ଟଙ୍କା ପଇସା
ହେବି ନାହିଁ କେବେ ଲୋକ ହସା ।
ନ ଥାଉ ପଛକେ ମୋର ସେବକ ଚାକର
ଭଲ କାମ କରି ଜାଣିବି ମନ ସଭିଙ୍କର ।
ସମାଜ ରେ ଭଲ ମଣିଷ ମୁଁ ହେବି
ସଭିଙ୍କ ସୁଖ ଦୁଃଖ ରେ ଥିବା।