STORYMIRROR

Chittaranjan Nanda

Inspirational

3  

Chittaranjan Nanda

Inspirational

ଠିକ୍ ଅନୁଚିତ୍ ଚିନ୍ତା ଆସୁ

ଠିକ୍ ଅନୁଚିତ୍ ଚିନ୍ତା ଆସୁ

1 min
200

ପୁଂଜିବାଦର ମହା ମନ୍ତ୍ର  

ଟଙ୍କା ଟଙ୍କା ହରେ ହରେ 

ଟଙ୍କା କରୁଛି ମଣିଷ ମୁହଁ ବଙ୍କା  

ଏହି ସମାଜ ଭିତରେ ।୧। 


କାମିନୀ କାଞ୍ଚନ ସହଜେ ମିଳ‌ଇ ଟଙ୍କା 

ଦେଖାଏ କରାମତି।

ନାହିଁ ଯଦି ଟଙ୍କା ମଣିଷ ତ ଅନ୍ଧ ନୀତି

ପ୍ରବଚନର ମୂଲ୍ୟ ନାହିଁ ଏଠି ।୨।


ଟଙ୍କାରେ ମଣିଷ ହର ହର ମହାଦେବ 

ବୋଲି ପ୍ରକାଶଇ ନିଜକୁ

ଟଙ୍କା ବଳରେ ସେ ଚେଷ୍ଟା କରେ ଅସୁର 

ପରି ଇନ୍ଦ୍ର ପଦଟି ନେବାକୁ ।୩।


ଟଙ୍କା ପାଇଁ ଜଣେ ହୁଏ ନେତା ଟଙ୍କା 

ବତାଏ ରାସ୍ତା

ଟଙ୍କାରେ ଧାବିତ ମଣିଷ ମଦ ପିଇ 

କରେ ରାହାଜାନୀ ହତ୍ୟା ।୪।


ଦେଖ ଟଙ୍କା କିଣି ପାରେ ଆଇନ୍‌କୁ ପୁଣି

ଟଙ୍କାରେ ଅସତ୍ୟ ଜିତେ 

ଦେଖ ଆଇନ ପ୍ରଣୟନ ସଂସ୍ଥା ରହିଛି ଆଜି 

ମଦୁଆ ଅସାମାଜିକଙ୍କ ହାତେ ।୫।


ନଚିହ୍ନି ତାହାକୁ ମିଠା ମିଠା କଥାରେ 

ଯେତେବେଳେ ଭାସିଯିବ

କିନ୍ତୁ ଅସଲ ଭିତର ଛଳନାର ରୂପ 

ଦେଖି କାନ୍ଦିବ ତ କାନ୍ଦିବ ।୬।


କୁକୁରର ପ୍ରକୃତି ସଦା ମାଲିକ 

ପାଖରେ ବିଶ୍ଵସ୍ତ 

ମଣିଷ ଧୋକ୍କା ଦେଇପାରେ ଯଦି 

ରହେ ସ୍ଵାର୍ଥ ।୭।


ମନେ ଚିନ୍ତୁଛି ଅନ୍ୟର ଉନ୍ନତି ଦେଖି 

ତୁମେ ଯଦି ସହି ନପାରିବ

ଇର୍ଷାରେ ଜଳିବ ଯାହା କେବଳ ହିଁ

ତୁମର କ୍ଷତି ହିଁ କରିବ ।୮।


ତାର ଅର୍ଥ ନୁହେଁ ବିଚାର କରିବିନି 

ଆଗପଛ କଅଣ ଦରକାର

ଦେଶର ସ୍ୱାର୍ଥକୁ ନଭାବି ମଉନ ରହିବି

ନଷ୍ଟ ହେଲେ ସ୍ୱାର୍ଥ ମୋର ।୯।


ବିଲାତି ଶାସନ ଶିଖାଇ ଯାଇଛି ତୁଛ

ଗୋଡାଣିଆ ଭାବ

ସତରେ କଅଣ ତାହା ଭାରତୀୟଂକ 

ମନରୁ ଦୂର ହୋଇ ପାରିବ ।୧୦।


ଠିକ୍ ଅନୁଚିତ୍ ଚିନ୍ତା କରିବାର ବୁଦ୍ଧି 

ଆସୁ ଆମମାନଙ୍କକ ମୁଣ୍ଡକୁ

ଦୂର ହେଉ କଳି ଯୁଗ କହି ସବୁ ଅନୀତି 

ତ ହେବ ଚୁପ୍ ରହିବା ମନୋଭାବକୁ ।୧୧।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational