STORYMIRROR

Madhabi Patel

Inspirational

3  

Madhabi Patel

Inspirational

ଅମୃତ ମୟ

ଅମୃତ ମୟ

1 min
295


ନବ କୁସୁମର ମଧୁ ସୁବାସ

ନିରୀହ ଶିଶୁର ଅମୃତ ହସ।

ସରସ କବିତା ମଧୁର ରସ

କେତେ ମନଲୋଭା ବିହଙ୍ଗ ଭାସ।

ପ୍ରଫୁଲ୍ଲ ଦେଖି କମଳ କାନନ

କେତେ ସୁକୁମାର ଶିଶୁ ଆନନ।

ଅମୃତମୟ ସୃଷ୍ଟିର ନିର୍ମାଣ

ଗଢିଛି କେ ଶ୍ରଷ୍ଠା କେତେ ମହାନ?

ଉଲ୍ଲସିତ କରେ ତା ଧୀର ବାତ

କେତେ ଲୋଭନୀୟ କୁମୁଦ ନାଥ।

ଦୁଧ ଧବଳ କୌମୁଦୀର ଜାଲ

ଜଳ ଦାନ କରନ୍ତି ମେଘ ମାଳ।

ଲଳିତ ଦିଶେ ଆଲୋକ ଉଷା ର।

ସ୍ପଟିକ ସମ ଘାସରେ କାକର।

ଅମୃତମୟ ସୌନ୍ଦର୍ଯ୍ୟ ସମ୍ଭାର

କରିଛି ନିର୍ମାଣ କେ କାରିଗର?

ଜକଜକ କରେ ଆକାଶେ ତାରା

ଟପ୍ ଟପ୍ ଖସେ ବାରିଦ ଧାରା।

ତମ ନାଶନେ ନିରତ ତପନ

ଉଦ୍ୟମ ରତ ପ୍ରକାଶି କିରଣ।

ଗିରି ଶୃଙ୍ଗରୁ ପ୍ରସୂତ ନିର୍ଝର

ଲମ୍ଫିତ ହୁଏ ପ୍ରପାତ ଘର୍ଘର।

ଅମୃତମୟ ଏ ଶୋଭା ଭଣ୍ଡାର

ଦେଖି ଆଚମ୍ବିତ ମନ ମୋହର।


ମୁଁତ ଅମୃତ ସାଗର ବିନ୍ଦୁ

ବାଷ୍ପିଭୁତ ହେଲି ତେଜି ସିନ୍ଧୁ।

ଘନ ଜଳଦ ରୂପରେ ନଭେ

କେତେ ମାସ ବାଦଲ ଗରଭେ।

ପୁଣି ପାଳିବାକୁ ଏଇ ସୃଷ୍ଟି

ଅମୃତ ହୋଇ ହେଲି ମୁଁ ବୃଷ୍ଟି।

ଭଲେ ଛୋଟ ମୋର ଏ ଜୀବନ

ଲୋକ କଲ୍ୟାଣେ ଲାଗୁ ମୋ ଦିନ।

ଜଳିଗଲେ ମୁଁ ପାପ ତାପରେ

 ଫେରିବି ଶିଶିରର ରୂପରେ।

ସୃଷ୍ଟିକର୍ତ୍ତାଙ୍କ ଅମୂଲ୍ୟ ଦାନ

କର୍ମ ହେଉ ଜଗତ କଲ୍ୟାଣ।

ସୁନ୍ଦର ସୃଷ୍ଟି ଅମୃତ ମୟ

ଆସ ଗାଇବା ତାହାର ଜୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational