STORYMIRROR

Kalandi pal

Inspirational

3  

Kalandi pal

Inspirational

ରାଜନୀତି ପସରା

ରାଜନୀତି ପସରା

1 min
169

ରାଜନୀତି ଏକ ଦାମିକା ପସରା

ପାଇବାକୁ ସର୍ବେ ହୁଅନ୍ତି ଅସ୍ଥିରା.!!


ଲୋଡ଼ା ନାହିଁ ଯା'ରେ ଶିକ୍ଷା ଓ ବୟସ

କ୍ଷମତା ଲଭିଲେ କରିବ ଅଏସ.!!


ଚାଟୁକାର ସମ ଚାଟୁ ବାକ୍ୟ କହି

ନେତା ତ ବୋଲାନ୍ତି ସର୍ବ ମନ ମୋହି.!!


ମୁହେଁ କଥା ଟାଣ ଶୂନ ହୁଏ କାମ

କଳାକୁ ଧଳାରେ ପାଇଲେ ଆସନ.!!


ମିଠା ମିଠା କଥା କହି ମନ ତୋଷ.

ଆସନ ପାଇଲେ ସବୁ ଭୁଲି ବସ.!!


ଚେର ଲମ୍ବିଯାଏ ସାତ ତାଳ ପଙ୍କ

ନାତି ଅଣନାତି କସୁଥାନ୍ତି ଅଙ୍କ.!!


ପୈତୃକ ସମ୍ପତ୍ତି ଭାବି ମାଡି ବସ

ପ୍ରତିବାଦ କଲେ ହୋଇଯାଏ ଦୋଷ.!!


ଉତୁରି ଯାଆନ୍ତି ଚଣ୍ଡୀ ଓ ଚାମୁଣ୍ଡା

ବିରୁଦ୍ଧେ କେ ଗଲେ ହୁଅଇ ଷେ ନଣ୍ଡା.!!


ଭୋଟରଙ୍କୁ ନେଇ କରି ଦୁଇ ଭାଗେ 

ଶତ୍ରୁ ମଞ୍ଜି ବୁଣ ଫାଇଦାର ଲାଗେ.!!


ତେଲ ତେଲି ତୁମେ ହୁଅ ଏକାକାର

ରକ୍ତେ ବାଡ଼ ପଡେ ସେ ଭୋଟରଙ୍କର.!!


ଆଜି କହୁଥିଲ ବିରୁଦ୍ଧେ ଯାହାର

ସ୍ୱାର୍ଥ ପାଇଁ ଡିଆଁ ମାର ସେହି ଦଳ.!!


ଦଳ ଲୋକ ଦେଖି ଇନ୍ଦିରା ଆବାସ

ପଡି କାର୍ଡ ଦେଇ ନେଉଥାଅ ପିସ.!!


ସମାଜର ସେବା କରିବା ବଦଳେ

ଅଶାନ୍ତିର ବୀଜ ବୁଣ ଅନ୍ତରାଳେ.!!


ଧନ୍ୟ ତୁମେ ନେତା ଧନ୍ୟ ତୁମ କାମ

ଦଣ୍ଡିବେ ତୁମକୁ ପ୍ରଭୁ ଭଗବାନ.!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational