Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

4  

Niranjan Mishra

Inspirational

ସ୍ବାଭିମାନ

ସ୍ବାଭିମାନ

1 min
340



ସ୍ବାଭିମାନ ସହ ବଞ୍ଚିବାକୁ ଶିଖ

ହୁଅ ସଦା ସ୍ବାଭିମାନୀ

ମନେରଖ କେବେ ଦୁର୍ଯ୍ୟୋଧନ ସମ

ନହୁଅ ଆତ୍ମାଭିମାନୀ ।


ସ୍ବାଭିମାନ ସହ ବଞ୍ଚିବାକୁ ହେଲେ

ସତ୍ଯ ପଥେ ରଖ ପାଦ 

ନିଜର ସମ୍ମାନ ନିଜେ ରକ୍ଷାକର

ନଆସିବ ପରମାଦ ।


କର ଦୃଷ୍ଟିପାତ ପଦ୍ମପତ୍ରେ ଦେଖ

ଜଳ ହୁଏ ଢଳଢଳ 

ଭିିତରକୁ କେବେ ନପଶିବ ଜଳ

ଉପରେ ଥିବ କେବଳ ।


କାହା ପାଖେ କେବେ ନପତାଅ ହାତ

କାହା ଦୟାରେ ନିର୍ଭର 

ନକର କଦାପି ଗ୍ରହଣ ନକର

କାହାଠାରୁ ଉପହାର ।


ନିଜର ପାଦରେ ନିଜେ ହୁଅ ଠିଆ

ରକ୍ଷା ହେବ ସ୍ଵାଭିମାନ 

ପାଞ୍ଚ ପଚିଶ ଲୋକଙ୍କ ସମ୍ମୁଖରେ

ନହୋଇବ ହୀନିମାନ ।


ତୁମ ସ୍ଵାଭିମାନ ଦେଖି ଆନ ଜନେ

ନିଶ୍ଚେ ହେବେ ପ୍ରଭାବିତ 

ଜଗତରେ ତୁମ କୀରତି ରହିବ

ଦେଖିବ ସାରା ଜଗତ ।


ଆମ ସ୍ବାଭିମାନ ଆମ ଗଉରବ

ଆମେ ସବୁ ଉତ୍କଳୀୟ 

ଜଗନ୍ନାଥ ଆମ ସଭିଙ୍କର ନେତା

ଆମେ ମହା ଭାରତୀୟ ।


Rate this content
Log in

Similar oriya poem from Inspirational